ଆଜି ହେଉଛି ‘ୱାର୍ଲଡ୍ ଫଟୋଗ୍ରାଫି ଡେ’

(ଯୁଗାବ୍ଦ ନ୍ୟୁଜ) ପ୍ରତିବର୍ଷ ୧୯ ଅଗଷ୍ଟକୁ ‘ୱାର୍ଲଡ୍ ଫଟୋଗ୍ରାଫି ଡେ’ ଭାବରେ ବିଶ୍ୱ ପାଳନ କରୁଛି  । ଆଜିର ଦିନଟି ସେହି ଫୋଟଗ୍ରାଫର ମାନଙ୍କ ନାମରେ ଯେଉଁ ମାନେ ସୃଷ୍ଟିର ସୁନ୍ଦର ଚିତ୍ରକୁ ଫଟୋଗ୍ରାଫି ଜରିଆରେ କଏଦ୍ କରିବାକୁ ପସନ୍ଦ କରନ୍ତି । ଏବଂ ଫଟୋ ଜରିଆରେ ନିଜ ଜୀବନର ପ୍ରତ୍ୟେକଟିକୁ ସୁନ୍ଦର ସମୟକୁ କ୍ୟାମେରାରେ ବାନ୍ଧି ରଖିଥାଉ । ଐତିହାସିକଙ୍କ ମତରେ ଆଜିଠାରୁ ୧୭୯ ବର୍ଷ ପୂର୍ବେ ୧୮୩୯, ୯ ଜାନୁଆରୀ ଦିନ ଫଟୋଗ୍ରାଫି ଆରମ୍ଭ ହୋଇଥିଲା। ଜୋସେଫ୍ ନାଇସଫୋର୍ ଓ ଲୁଇସ୍ ଡାଗୋର୍ ନାମରେ ଦୁଇ ଜଣ ବୈଜ୍ଞାନିକ ‘ଡାଗୁଏରୋଟାଇପ୍ ପ୍ରକ୍ରିୟା’ର ଆରମ୍ଭ କରିଥିଲେ। ‘ଡାଗୁଏରୋଟାଇପ୍ ପ୍ରକ୍ରିୟା’ ହେଉଛି ଫଟୋଗ୍ରାଫିର ପ୍ରଥମ ପ୍ରକ୍ରିୟା। ଏହି ଉଦ୍ଭାବନର ଘୋଷଣା ଫ୍ରାନ୍ସ ସରକାର ୧୮୩୯ ମସିହା ୧୯ ଅଗଷ୍ଟ ଦିନ କରିଥିଲେ। ଏହାକୁ ମନେ ପକାଇବା ପାଇଁ ପ୍ରତିବର୍ଷ ୧୯ ଅଗଷ୍ଟ ଦିନ ‘ୱାର୍ଲଡ୍ ଫଟୋଗ୍ରାଫି ଡେ’ ପାଳନ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ