ଆଜୀବନ କାରାଦଣ୍ଡ ଭୋଗୁଥିବା ବନ୍ଦୀଙ୍କ ଅସ୍ୱାଭାବିକ ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବାରିମୂଳସ୍ଥିତ କେନ୍ଦ୍ରାପଡା ଉପକାରାଗାରରେ କାରାଦଣ୍ଡ ଭୋଗୁଥିବା ପିତାମ୍ବର ଲେଙ୍କାଙ୍କ ସେଠାରେ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତର ତତ୍କାଳୀନ ସରପଞ୍ଚ ଚିତ୍ରସେନ ଦାସଙ୍କୁ ଗତ ୨୦୧୬ମସିହା ଜୁନମାସ ୮ତାରିଖରେ ହତ୍ୟା କରିଥିବା ମାମଲାରେ ଗତ ଅଗଷ୍ଟମାସ୧୬ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ କେନ୍ଦ୍ରାପଡା ଉପକାରାଗାରରେ ଜେଲଦଣ୍ଡ ଭୋଗୁଥିଲେ ଅଭିଯୁକ୍ତ ପିତାମ୍ବର ଲେଙ୍କା । ଅଭିଯୁକ୍ତ ପିତାମ୍ବରଙ୍କର ବାରିମୂଳସ୍ଥିତ ଉପକାରାଗାରରେ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଯାଇଥିବା ତାଙ୍କ ପୁଅ ରମାକାନ୍ତ ଲେଙ୍କା ଅଭିଯୋଗ କରିଛନ୍ତି । ସେହି ହତ୍ୟାକାନ୍ତ ପରେ ଅଭିଯୁକ୍ତ ପିତାମ୍ବର ଗତ ୨୦୧୬ମସିହାରେ ଆତ୍ମସମର୍ପଣ କରିଥିଲେ । ସେହିଦିନ ଠାରୁ ସେ ବାରିମୂଳସ୍ଥିତ ଉପକାରାଗାରରେ ରହି ଆସୁଥିଲେ । ସହକାରୀ ଜେଲର ପ୍ରତାପ ଚନ୍ଦ୍ର ମନ୍ତ୍ରୀଙ୍କ କହିବା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ସମସ୍ତ କଏଦୀଙ୍କ ସହିତ ପିତାମ୍ବର ନିଜ ସେଲକୁ ଯାଇଥିବା ବେଳେ ସେଠାରେ ରାତ୍ରୀ ଭୋଜନ କରିଥିଲେ । ତେବେ ବୁଧବାର ଭୋର ପ୍ରାୟ ୪ଟା ସମୟରେ ପିତାମ୍ବର ବିଛଣାରୁ ଉଠିବା ବେଳେ ହଠାତ ପଡିଯାଇ ବେହୋସ ହୋଇଯାଇଥିଲେ । ଜେଲ ପକ୍ଷରୁ ତାଙ୍କୁ ଏକ ଅଟୋରିକ୍ସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏସମ୍ପର୍କରେ ଖବର ପାଇ କେନ୍ଦ୍ରାପଡା ସଦର ଥାନା ପୋଲିସ ପିତାମ୍ବରଙ୍କ ସବ ଜବତ କରି ୨୭/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପବିତ୍ର ମହାରଣା ସୂଚନା ଦେଇଛନ୍ତି । ମୃତକ ପିତାମ୍ବରଙ୍କ ପରିବାର ପକ୍ଷରୁ ଥାନାରେ କୈାଣସି ଅଭିଯୋଗ କରାଯାଇନଥିବା ଥାନା ଅଧିକାରୀ ଶ୍ରୀ ମହାରଣା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ