ଆଜ୍ଞାମାଳ ଆସିବା ପରେ ଦକ୍ଷିଣ ମୋଡ ହେବ ତିନିରଥ !

ଆଜ୍ଞାମାଳ ଆସିବା ପରେ ଦକ୍ଷିଣ ମୋଡ ହେବ ତିନିରଥ
ଆଜ୍ଞାମାଳ ଆସିବା ପରେ ଦକ୍ଷିଣ ମୋଡ ହେବ ତିନିରଥ

ପୁରୀ ( ଯୁଗାବ୍ଦ ନ୍ୟୁଜ ) ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି ହେରା ପଞ୍ଚମୀ । ମହାଲକ୍ଷ୍ମୀ ହେରାଗୋହରୀ ସାହି ଦେଇ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗିଛନ୍ତି । ଆଉ ଦୁଇ ଦିନ ପରେ ଅନୁଷ୍ଠିତ ହେବ ପବିତ୍ର ବାହୁଡା ଯାତ୍ରା । ମହାପ୍ରଭୁ ଜଗନ୍ନାଥ , ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଗୁଣ୍ଡିଚା ଅଭିମୁଖେ ବାହୁଡିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ବାହୁଡା ପ୍ରସ୍ତୁତି । ହେରା ପଞ୍ଚମୀ ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥରେ ଆଜ୍ଞାମାଳ ବିଜୟ ତକରିବା ପରେ ପରମ୍ପରା ଅନୁସାରେ ରଥକୁ ଦକ୍ଷିଣ ମୋଡ କରାଯିବ । ଶ୍ରୀମନ୍ଦିର ନୀତି ନିୟମ ଅନୁସାରେ , ପ୍ରଥମେ ଆଜ୍ଞାମାଳ ସୁଭଦ୍ରା ବାଡରୁ ଆସିବ ଏବଂ ଏହା ସହ ଦର୍ପଦଳନ ରଥକୁ ପ୍ରଥମେ ଶରଧାବାଲିରେ ଦକ୍ଷିଣ ମୋଡ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ