ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନହଙ୍ଗସ୍ଥିତ ମା’ମଙ୍ଗଳାଙ୍କ ପୀଠରେ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ୬୭ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଙ୍ଘର ସଭାପତି ଆର୍ତ୍ତତ୍ରାଣ ପାତ୍ର ପୈାରହିତ୍ୟ କରିଥିଲେ । ସମ୍ପାଦକ ଅଭିମନ୍ୟୁ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସଙ୍ଘର ସଦସ୍ୟ ଶିବ ପ୍ରସାଦ ରାଉତଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟନୀରବ ପ୍ରାର୍ଥନା କରାଯାଇଥିଲା । ସଙ୍ଘର ସଦସ୍ୟ ଗୋଲକ ଚନ୍ଦ୍ର ସାହୁ ୮୦ବର୍ଷ ବୟସ ଅତିକ୍ରମ କରି ଜଣେ ବରିଷ୍ଠ ବ୍ୟକ୍ତି ହେବାର ଗୈାରବ ଅର୍ଜ୍ଜନ କରିଥିବାରୁ ତାଙ୍କ ବାସଭବନରେ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଙ୍ଘର ସଦସ୍ୟମାନେ ମାର୍ଚ୍ଚ ୧୦ତାରିଖରେ ଭ୍ରମଣରେ ଯିବାକୁ ସ୍ଥିର କରାଗଲା । ସଂଗଠନକୁ ସୁଦୃଢ କରିବାକୁ ସଦସ୍ୟମାନେ ମତପ୍ରକାଶ କରିଥିଲେ । ଏହି ବୈଠକରେ ଦୁର୍ଯ୍ୟୋଧନ ପ୍ରଧାନ, ନାରାୟଣ ବେହେରା, ଗୈାରାଙ୍ଗ ଚରଣ ସାହୁ, ଗୁରୁଚରଣ କବି, ଦିବାକର ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ସିଂହ, ନିରଞ୍ଜନ ବିଶ୍ୱାଳ, ସୁରେନ୍ଦ୍ର କୁମାର ଦାସ, ସୁରଥ ଚନ୍ଦ୍ର ବାରିକ, କ୍ଷୀରୋଦ ଚନ୍ଦ୍ର ସାମଲ, ଜଗବନ୍ଧୁ ଦାସ, ବିଶ୍ୱନାଥ ବେହେରା, ରଘୁନାଥ ରାଉତ ଓ ନିରଞ୍ଜନ ସାହୁ ପ୍ରମୁଖ ସଭ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।