ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବୁବୁଡା -ବୁବୁଡା ବ୍ଲକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ ଯୋଗ ଦେଇ ଉଦଘାଟନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଶିକ୍ଷାବିତ ତଥା ପ୍ରେସ କ୍ଲବ ସମ୍ପାଦକ ଅନିଲ କୁମାର ମହାରଣା ମୁଖ୍ୟ ବକ୍ତା ଏବଂ ମାଣିତରା ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା, ମାଣିତରା ସମିତି ସଭ୍ୟା ସୁଜାତା କୁମାରୀ ପ୍ରଧାନ, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ପୁର୍ବତନ ସମିତି ସଭ୍ୟ ଦିବାକର ରାଉତ, ତାମ୍ବୀରୀ ସ୍କୁଲ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରା, ଶିକ୍ଷକ ପ୍ରଫୁଲ କୁମାର ରାଉତ, ଓ ସମାଜସେବୀ ପୀତାମ୍ବର ରାଉତ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସୁଦଷ୍ଣ। ପ୍ରଧାନ ସଙ୍ଗୀତ ମାଧ୍ୟମରେ ସୁନ୍ଦର ଭାବେ ବାର୍ଷିକ ବିବରଣୀ ପଠନ କରିଥିଲେ। ଶିକ୍ଷକ ଗୋପାଳ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ବିଭିନ୍ନ ପରୀକ୍ଷାରେ ଶ୍ରେଷ୍ଠ ଓ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀ ମାନେ ଆକର୍ଷଣୀୟ ସାସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରିଥିଲେ। ଏଥି ସହ ଜିଲ୍ଲା ପରିଷଦ ସଦସ୍ୟା ବିଦ୍ୟାଳୟର ଖେଳ ପଡ଼ିଆ ନିର୍ମାଣ ଓ ଅନ୍ୟାନ ଉନ୍ନୟନ ମୂଳକ କାର‌୍ୟ୍ୟ ପାଇଁ ସାତ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ।ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ , କର୍ମଚାରୀବୃନ୍ଦ ଏବଂ ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକ ବୃନ୍ଦ କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ