ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ହଦଗଡରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ପୁର୍ବାଭ୍ୟାସ
ହାଟଡିହି, (ବିକାଶ ବିଶ୍ୱାଳ) :ସ୍ଥାନୀୟ ଜବାହାର ନବୋଦୟ ବିଦ୍ୟାଳୟ ହଦଗଡ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେବାକୁ ତବବା ଭବ୍ୟ କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚାର ପୁର୍ବ ଅଭ୍ୟାସ ଅଧ୍ୟକ୍ଷ ପି. ମଣି କଣ୍ଡମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ଉପସ୍ଥିତ ରହି ପିଲାଙ୍କ ମନରୁ ପରୀକ୍ଷା ଭୟ ଓ ଭାର ଦୁର କରିବା ଦିଗରେ ବିଭିନ୍ନ ଉପାୟ ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ସମସ୍ତ ବୋର୍ଡ ପରୀକ୍ଷାର୍ôଥଙ୍କ ନିମନ୍ତେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦିଲ୍ଲୀରୁ କରିବେ । ପିଲାଙ୍କ ମନରୁ ପରୀକ୍ଷା ଭୟ ଦୁର କରି କିପରି ପିଲାମାନେ ନିର୍ଭୟରେ ପରୀକ୍ଷା ଦେବେ ସେନେଇ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତାଦେବେ । ଆଜିର ଏହି କାର୍ଯ୍ୟକ୍ରମରେ ନବୋଦୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ହଦଗଡର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ । ଶିକ୍ଷକ ବିଦ୍ୟାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।