ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ପଦାର୍ଥ ଆଲୋଚନା ଚକ୍ର
ଗାଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ଗାଙ୍ଗପୁରସ୍ଥିତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗର “କ୍ରାୟୋଜେନିକ ଇଞ୍ଜିନ ଇନ ଜି.ଏସ.ଏଲ.ଭି” ବିଷୟକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛାତ୍ରୀ ପ୍ରୀତି ମଞ୍ଜୁରୀ ସାହୁ ସନ୍ଦର୍ଭ ପାଠ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲ , ପଦାର୍ଥ ବିଜ୍ଞାନର ମୁଖ୍ୟ ଗିରିଧର ନାୟକ , ଅଧ୍ୟାପକ ଅମୁଲ୍ୟ କୁମାର ପଣ୍ଡା , ରବି ନାରାୟଣ ପାତ୍ର , ସଞ୍ଜତ କୁମାର ଦାସ , ରାମଚନ୍ଦ୍ର ମହାନ୍ତି , ଅନୀତା ତ୍ରିପାଠୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ କ୍ରାୟୋଜେନିକ ଇଞ୍ଜିନ ଇନ ଜି.ଏସ.ଏଲ.ଭି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏଥିରେ ଅଭିଜିତ ବିଶ୍ୱାଳ ବିଭାଗୀୟ ବୀବରଣୀ ପାଠ କରିଥିବାବେଳେ ଆଦର୍ଶ କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଆଲୋଚନାଚକ୍ରରେ ସମସ୍ତ ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।


