ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ସୁବର୍ଣ୍ଣପାଲି ଉଦଯାପିତ “ଧର୍ମ ର ହେଲା ଜୟ”
କୁଚିଣ୍ଡା, (ରିଙ୍କୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସୁବର୍ଣ୍ଣ ପାଲି ଧନୁଯାତ୍ରା ର ଅନ୍ତିମ ଦିବସରେ ହାଟ ପଦା ପଡ଼ିଆରେ ଶହ ଶହ ଜନସମାଗମ ରେ ଉଛୁଳି ପଡୁଛି ପ୍ରବଳ ପ୍ରତାପୀ କଂସ ମହାରାଜଙ୍କ ରାଜ ଦରବାର ମଥୁରା କଟକ । ଧନୁଯାତ୍ରା ର ଅନ୍ତିମ ଦିବସ ର ଉଦଯାପନୀ ଅବସରରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଓଡ଼ିଶା ସରକାର ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ଉପସ୍ଥିତ ରହି କଂସ ମହାରାଜା ଙ୍କ ଦରବାରରେ ଏହି ଅଞ୍ଚଳର ଥିବା ସମସ୍ୟା ଗୁଡ଼ିକର ସମାଧାନ ଶୀଘ୍ର କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।କଂସ ମହାରାଜ ଙ୍କ ରାଜତ୍ୱ ରେ ପ୍ରଜା ବେଶ୍ ଆନନ୍ଦିତ ଥିବା ବେଳେ ପ୍ରଜା ଗଣ ବିନା ବାଧା ବିଘ୍ନ ରେ ସ୍ଵାଧୀନ ଭାବେ ବୁଲି ଦକ୍ଷ କଳାକାର ମାନଙ୍କ ଦ୍ବାରା ହେଉଥିବା ଗୀତ ,ନାଚ ଓ ମନୋରଞ୍ଜନ ଆଦି କାର୍ଯ୍ୟକ୍ରମ କୁ ମନ ଭରି ଉପଭୋଗ କରୁଥିବା ର ଦେଖି ବାକୁ ମିଳିଥିଲା ।ଏପଟେ କୃଷ୍ଣ ବଳରାମ ମଥୁରା ନଗର ଭ୍ରମଣ କରି ମଥୁରା ଗଡ ରେ ରଜକ ତାରଣ ,କୁବୁଜା ଉଦ୍ଧାର , ସୁଦାମା ମାଲିର ବେଶ ସାଜ ହୋଇ ଶୋଭାଯାତ୍ରାରେ ଅକ୍ରୁର ଙ୍କ ସହ ଧନୁ ଯାତ୍ରା ସ୍ଥଳ କୁ ଗମନ କରି ମାମୁ କଂସ ଙ୍କର ଆୟୋଜନ କୁ ଦେଖି ବେଶ ଆନନ୍ଦିତ ହୋଇ ଥିବା ବେଳେ ଧନୁ ଭଗ୍ନ , କୁବଳୟା ତାରଣ, ଅଷ୍ଟମଲ୍ଲ ଙ୍କୁ ନିଧନ ,ମିତ୍ର ରାଜା ଗଣ ପରାସ୍ତ ,ଓ ଜରାସନ୍ଧ ପଳାୟନ ଶେଷରେ ମାମୁ କଂସ ଙ୍କୁ ନିଧନକରି ଥିଲେ ପରେ ଉଗ୍ରସେନ ଙ୍କୁ ପୁନଃ ସିଂହାସନ ଆରୋହଣ କରାଇ ମଥୁରା ରେ ଧର୍ମ ରାଜ୍ୟ ପ୍ରତିଷ୍ଠା ଓ ବନ୍ଦିଶାଲାରୁ ଦେବକୀ ବସୁଦେବ ଙ୍କୁ ଉଦ୍ଧାର କରି କୃଷ୍ଣ ବଳରାମ ତାଙ୍କ ସହ ସାକ୍ଷାତ କରି ଥିଲେ । ଧନୁଯାତ୍ରା ଅବସରରେ ଦୂରଦୂରାନ୍ତରୁ ହଜାର ହଜାର ଜନ ସମାଗମ ଦେଖିବାକୁ ମିଳିଥିବାବେଳେ,ବିଭିନ୍ନ ପ୍ରକାର ଦୋକାନ ବଜାର,ମୀନା ବଜାର ସାଙ୍ଗକୁ ଆକାଶ ଦୋଳି, ବ୍ରେକ ଡେନ୍ସ୍,ଡ୍ରାଗନ ବସିବାର ଦର୍ଶକ ମାନେ ଆନନ୍ଦ ନେଇଥିଲେ।