ଆଞ୍ଚଳିକ ପଲ୍ଲିଶ୍ରୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତର କୋଳିପଦି ଠାରେ ଆଞ୍ଚଳିକ ପଲ୍ଲିଶ୍ରୀ ସାହିତ୍ୟ ସଂସଦର ସପ୍ତମ ବାର୍ଷିକ ସାସ୍ୱତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସ୍ତମ୍ବକାର ତଥା ଓଡିଶା ସଙ୍ଗିତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ପାଲାଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ରମାକାନ୍ତ ନାୟକ ଯୋଗଦେଇ ଗ୍ରାମାଞ୍ଚଳର ପ୍ରାକ୍ୟତିକ ପରିବେଶ, ପକ୍ଷୀର କାକଳି, ପବନର ସୁର, ଗାଈର ହମ୍ବାରଡିକୁ ନେଇ ଯେଉଁ ସାହିତ୍ୟ ସୃଷ୍ଟି ହୁଏ ତାହା ବାସ୍ତବିକ କାଳଜୟୀ ସାହିତ୍ୟ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ପ୍ରବଚକ ଶିକ୍ଷାବିତ ହୃଷିକେଶ ରାଉତ, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ପରିଡା ପ୍ରମୁଖ ଯୋଗଦେଇ ଓଡିଆ ଭାଷା ସାହିତ୍ୟର ସ୍ଥିତି ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସଂସଦର ମୁଖପତ୍ର ‘ପଲ୍ଲୀପୁଷ୍ପ’କୁ ଅତିଥିମାନେ ଲୋକର୍ପଣ କରିଥିଲେ । ସୁରେନ୍ଦ୍ର କୁମାର ପରିଡା, ଦେବିକା ଖୁଣ୍ଟିଆ, ବୀଣାପାଣି ଦାସ, କାଞ୍ଚନପ୍ରଭା ଦାସ, ଜ୍ୟୋତିର୍ମୟୀ ପରିଡା, ହୃଷିକେଶ ରାଉତଙ୍କୁ ମାନପତ୍ର ଅର୍ପଣ ପୁର୍ବକ ସମ୍ବର୍ଦ୍ଧିତ କରିଥିଲେ । ସହେିତ୍ୟକ ରତ୍ନାକର ଦାସ ମଞ୍ଚ ସଂଯୋଜନା କରିଥିବାବେଳେ କବି ଶ୍ରୀକାନ୍ତ ପଟ୍ଟନାୟକ କବିତା ସଂଯୋଜନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ଚିନ୍ତାମଣି ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ କବିତା ପାଠୋତ୍ସବରେ ବାସୁଦେବ ଜେନା, ଭାଗବତ ସାହୁ, ଖଗେଶ୍ୱର ଜେନା, ବନମାଳି ଜେନା, ସୁଜିତ କୁମାର ମିଶ୍ର, ବାମନ ଚରଣ ବେହେରା, ସୁଦାମ ଚରଣ ଜେନା, ଧ୍ରୁବାନନ୍ଦ ସେଠୀ, ମୁରଲୀଧର ବେହେରା, ବଳରାମ ଜେନା, ସରଳା ମହାପାତ୍ର, ନୀଳମଣି ବାରିକ, ହଳଧର ମହାରଣା, ଗୋଲଖକ ନାୟକ, ଅଭିମନ୍ୟୁ ବସନ୍ତିଆ ପ୍ରମୁଖ କବିମାନେ ସେମାନଙ୍କ ସ୍ୱରଚିତ କବିତାମାନ ଆବୃତି କରିଥିଲେ । ଦେବବ୍ରତ ଦାସ, ସତ୍ୟବ୍ରତ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷକ ନଟବର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ