ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ବଉଳା ଗଠିତ

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ବ୍ଲକର ୮ଟି ପଞ୍ଚାୟତର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ବଉଳା ଗଠିତ ହୋଇଯାଇଛି । ପର୍ଶୁରାମ ପେଡାଙ୍କ ସଭାପତିତ୍ୱରେ ଅନୁଷ୍ଠଟିତ ଏକ ବୈଠକରେ ମଞ୍ଚ ଗଠନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଉପସ୍ଥିତ ବରିଷ୍ଠ ନାଗରିକ ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହାଦ୍ୱାରା ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ବଉଳା ନାମରେ ଏହାକୁ ନାମିତ କରିବା ସହ ସଭାପତି ଭାବେ ପର୍ଶୁରାମ ପେଡା, ସମ୍ପାଦକ ଭାବେ ବିଦ୍ୟାଧର ପୁହାଣ, କୋଷାଧ୍ୟକ୍ଷ ଭାବେ ବୃନ୍ଦାବନ ରାଉତ, ଉପସଭାପତି ଭାବେ ତ୍ରିଲୋଚନ ପହି, ସହସମ୍ପାଦକ ଭାବେ ଅଲେଖ ଚନ୍ଦ୍ର ଦାଶ, ନରହରି ପାତ୍ର, ସନାତନ ରାଉତ,ମନୋନୀତ ହୋଇଥିବାବେଳେ ଅଲେଖ ଚନ୍ଦ୍ର ବେହେରା, ବ୍ରଜ କିଶୋର ଭୋଇ, ରଘୁନାଥ ପରିଡା, ଫକିର ବେହେରା, ଶରତ ରାଉତ, ଭଗବାନ ବେହେରା, ଅଜାମ୍ବିଳ ବେହେରା, ସୋମନାଥ ଦାସ, ରବିନ୍ଦ୍ର କୁମାର ରାଉତ, ରକ୍ଷାକର ଜେନା ପ୍ରମୁଖ ଏକଜୁକୁଟିଭ ମେମ୍ବର ଭାବେ ମନୋନୀତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ