ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡ଼ ବ୍ଲକ ଅନ୍ତର୍ଗତ ବାଲିପଦରରେ ପ୍ରତିଷ୍ଠିତ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ସାଧାରଣ ବୈଠକ ବାଲିପଦର ଆଚାରୀ କଲୋନୀ ସ୍ଥିତ କଲ୍ୟାଣ ମଣ୍ଡଳରେ ସେପ୍ଟେମ୍ବର ୪ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା।ସଙ୍ଗଠନର ସଭାପତି କେ.କୃଷ୍ଣମୂର୍ତ୍ତି ଆଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ବୈଠକରେ ଅତିଥିଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ବାଲିପଦର ପୋଲିସ ଫାଣ୍ଡି ଓଆଇସି ସମୀର କୁମାର ବେହେରା, ଓ ସ୍ଥାନୀୟ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ ଯୋଗଦେଇ ଥିଲେ। ସଙ୍ଗଠନର ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ଆଲୋଚ୍ୟ ବିଷୟରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ। ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ଅତିଥି ବୃନ୍ଦ ବରିଷ୍ଠ ନାଗରିକ ଙ୍କ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବାକୁ ପ୍ରକାଶ କରିଥିଲେ। ଉପସଭାପତି ମାଧବ ଚନ୍ଦ୍ର ଭୋଳ, ସହସମ୍ପାଦକ ପଞ୍ଚାନନ ପୋଲାଇ, କୋଷାଧ୍ୟକ୍ଷ ମଙ୍ଗୁଳି ପାତ୍ରଙ୍କ ସମେତ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ