ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ନିର୍ଦ୍ଦେଶକ ରୂପେ ପାଞ୍ଚ ନମ୍ବର୍ ଜୋନ୍ ରୁ ଲକ୍ଷ୍ମଣ ନିର୍ବାଚିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ସମଗ୍ର ରାଜ୍ୟରେ ବିଜେଡ଼ିର ଦବଦବା ସତ୍ତ୍ୱେ ଭଞ୍ଜନଗର ଜିଲୁଣ୍ଡି ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ନିର୍ଦ୍ଦେଶକ ରୂପେ ପାଞ୍ଚ ନମ୍ବର୍ ଜୋନ୍ ରେ ବିଜେପି ବାଜି ମାରିଛି I ଏହି ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତିରେ ମୋଟ ୧୫ ଟି ନିର୍ଦ୍ଦେଶକ ପଦବୀ ରହିଥିବା ବେଳେ୧୪ ଟି ଜୋନ୍ ରେ ବିଜେଡ଼ି ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜୟ ଲାଭ କରିଥିଲେ I କିନ୍ତୁ ଏହାର ପାଞ୍ଚ ନମ୍ବର୍ ଜୋନ୍ ର ନିର୍ଦ୍ଦେଶକ ପଦବୀ ହାସଲ କରିବା ବିଜେଡ଼ି ପାଇଁ ସ୍ଵପ୍ନ ହୋଇଯାଇଛି I ପାଞ୍ଚ ନମ୍ବର୍ ଜୋନ୍ ନିର୍ଦ୍ଦେଶକ ପଦବୀ ପାଇଁ ବିଜେଡିର ସୁଶାନ୍ତ କୁମାର ଗୌଡ଼ ଏବଂ ବିଜେପିର ଲକ୍ଷ୍ମଣ କୁମାର ବିଷୋୟୀଙ୍କ ମଧ୍ୟରେ କଡ୍ଡା ଟକ୍କର ହୋଇଥିଲା I ଏଥିରେ ବିଜେପିର ଲକ୍ଷ୍ମଣ ବିଷୋୟୀ ବିପୁଳ ଭୋଟ୍ ରେ ବିଜୟ ଲାଭ କରିଥିଲେ I ଏହି ସମିତିରେ ମୋଟ ଭୋଟର୍ ସଂଖ୍ୟା ୫୩ ହୋଇଥିବା ବେଳେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ସୁଶାନ୍ତଙ୍କୁ ମାତ୍ର ୧୨ ଟି ଭୋଟ୍ ଏବଂ ବିଜେପି ସମର୍ଥିତ ପ୍ରାର୍ଥୀ ଲକ୍ଷ୍ମଣଙ୍କୁ ୩୬ ଟି ଭୋଟ୍ ମିଳିଥିଲା I ପାଞ୍ଚ ଜଣ ଭୋଟର୍ ଭୋଟ୍ ଦାନରୁ ବିରତ ରହିଥିଲେ I ଲକ୍ଷ୍ମଣ ପାଞ୍ଚ ନମ୍ବର୍ ଜୋନ୍ ନିର୍ଦ୍ଦେଶକ ରୂପେ ନିର୍ବାଚିତ ହେବା ପରେ ତାଙ୍କୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ, ପୂର୍ବତନ ଶାସନ ସରପଞ୍ଚ ସଞ୍ଜୟ ପ୍ରଧାନ,ରୀତାଞ୍ଜଳି ପ୍ରଧାନ,ପୂର୍ବତନ ସମିତିସଭ୍ୟ ମଧୁସୂଦନ ପରିଡ଼ା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି