ଆଞ୍ଚଳିକ ବିକାଶ ପରିଷଦ,ଓଡିଶା ପକ୍ଷରୁ କରୋନା ମହାମାରୀ ସର୍ଭେ

ବୁଗୁଡା,(ଅନିଲ କୁମାର ମହାରଣା): ଆଞ୍ଚଳିକ ବିକାଶ ପରିଷଦ ଓଡିଶା ପକ୍ଷରୁ ରାଜ୍ୟରେ କରୋନା ମହାମାରୀ ପ୍ରତି ଲୋକେ କେତେ ସଚେତନ ଏବଂ ମହାମାରୀ ଯୋଗୁଁ ଜନସାଧାରଣଙ୍କ ଉପରେ କେତେ ପ୍ରଭାବ ପଡିଛି ସେ ନେଇ ବିଗତ ତିନି ମାସରେ ୩୦ ଟି ଜିଲାରେ ୧୫୦୦୦ ରୁ ଉର୍ଦ୍ଧ ଲୋକଙ୍କୁ ନେଇ ୩୭୫ ଜଣ ସ୍ବେଛାସେବୀ ସର୍ଭେ କରିଥିଲେ । ଗଞ୍ଜାମ ଜିଲ୍ଲାରେ ସର୍ଭେ ରିପୋର୍ଟ ଅନୁଯାୟୀ ୯୧% ଲୋକଙ୍କ ପାଖରେ ମାସ୍କ ଥିଲାବେଳେ ଅଧା ରୁ ଅଧିକ ଲୋକ ମାସ୍କ ବ୍ୟବହାର କରୁନାହାନ୍ତି । ୪୫% ଲୋକ ପ୍ରତିଦିନ ୫ ରୁ କମ ଥର ହାତ ଧୋଉଛନ୍ତି । ୧୭% ଲୋକ ସାମାଜିକ ଦୂରତା କେତେ ରହିବା ଦରକାର ତାହା କହିପାରୁନାହାନ୍ତି । ସବୁଠୁ ଚିନ୍ତାଶିଳ ତଥ୍ୟ ହେଲା ୫୧% ଲୋକ ନିଜର ଜୀବିକା ବା ଚାକିରୀ ହରାଇଛନ୍ତି କିମ୍ବା ପୂର୍ବ ଚାକିରୀ ଗଲା ପରେ ଅନ୍ୟ କାମ କରୁଛନ୍ତି । ସର୍ଭେ ରିପୋର୍ଟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ୧୩% ଲୋକ ବେକାର ଅଛନ୍ତି । ସ୍ୱାସ୍ଥ୍ୟ ଜନିତ ସର୍ଭେ ରୁ ଜଣାପଡିଛି ଯେ ଏବେ ବି ଜ୍ୱର, ଥଣ୍ଡା, କାଶ ହେଲେ ୨୩% ଲୋକ ଡାକ୍ତରଙ୍କ ପରାମର୍ଶ ବିନା ମେଡ଼ିସିନ ଷ୍ଟୋର ରୁ ମେଡ଼ିସିନ ଆଣୁଛନ୍ତି । ୩୫% ଲୋକ ଆରୋଗ୍ୟ ସେତୁ ଆପ ସମ୍ବଧରେ ଜାଣିଛନ୍ତି, ତା ମଧ୍ୟରୁ ୬୦% ଲୋକ ପଂଜିକୃତ କରିଛନ୍ତି ।ଶିକ୍ଷା ଉପରେ ୪୬% ଲୋକଙ୍କ ମତାମତ ହେଲା କରୋନା ଶେଷ ହେବା ପରେ ବିଦ୍ୟାଳୟ ଖୋଲାଯାଉ । ଗୋଟେ ସରଳ ବାକ୍ୟ କୁ ୨୧% ଲୋକ ପଢି ପାରୁନାହାନ୍ତି । ପୁରା ଓଡିଶା ରେ ଅଧାରୁ ଅଧିକ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ । ଏହି ସଂସ୍ଥାର ଗଞ୍ଜାମ ଜିଲ୍ଲା ସଂଯୋଜକ ଦେବାଶିଷ ମହାରଣା ଙ୍କ ତତ୍ୱାବଧାନ ରେ ଏହି ସର୍ଭେ କରାଯାଇଥିବା ବେଳେ ହରିହର ଖଟେଇ, ପ୍ରତିଭା କୁମାରୀ ନାୟକ, ଅକ୍ଷୟ କୁମାର ପ୍ରଧାନ, ଏମ.ମୁକୁନ୍ଦ ରେଡି, ନୀଳମାଧଵ ପାତ୍ର,ଲିପୁ ଦୋରା, ଏନ.ମନୋରଞ୍ଜନ ରାଓ, ଧନେଶ୍ୱର ଗୌଡ଼, ଝୁନା ନାୟକ ପ୍ରମୁଖ ସର୍ଭେ ରେ ସହଯୋଗ କରିଥିଲେ । ଆଞ୍ଚଳିକ ବିକାଶ ପରିଷଦ ର ସଭାପତି ସୁଜିତ ସ୍ୱାଇଁ ଓ ଯୁବ ସମାଜସେବୀ ମନୋରଞ୍ଜନ ଦାସ ପ୍ରକାଶ କରିଛନ୍ତି ଯେତେଦିନ ପର୍ଯ୍ୟନ୍ତ ଶେଷ ବ୍ୟକ୍ତି ଙ୍କୁ ଟୀକାକରଣ ସରିନାହିଁ ସେ ପର୍ଯ୍ୟନ୍ତ ନିଜେ ସତର୍କ ରହିବା ସହ ଅନ୍ୟକୁ ସଚେତନ କରେଇବା ଆବଶ୍ୟକ। ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ ଅଟେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ