ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୦ ତମ ସ୍ଵନକ୍ଷତ୍ର ଉତ୍ସବ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୦ ତମ ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଅନୁଷ୍ଠାନର ଗଭର୍ଣ୍ଣିଂ ବଡି ସଭାପତି ତଥା ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ ଅନୁଷ୍ଠାନର ସ୍ୱର୍ଗତ ଅଧ୍ୟାପକ ଅମୂଲ୍ୟ ଦାସଙ୍କ କଥା ମନେ ପକାଇ ଭାବ ବିହ୍ୱଳ ହୋଇପଡ଼ିଥିଲେ I ମହାବିଦ୍ୟାଳୟ ପ୍ରତିଷ୍ଠାରେ ସ୍ଵର୍ଗତ ଅମୂଲ୍ୟ ଦାସଙ୍କ ଅବଦାନ ଅତୁଳନୀୟ ହୋଇଥିବା ବେଳେ ମହାବିଦ୍ୟାଳୟର ୩୬ ତମ ସ୍ଵନକ୍ଷତ୍ର ଦିବସ ପାଳନ ପରେ ପରେ ମହାବିଦ୍ୟାଳୟ ପରିସରରେ ହିଁ ସେ ଇହଲୀଳା ସମ୍ବରଣ କରିଥିଲେ I ସେହିପରି ୩୭ ତମ ସ୍ଵନକ୍ଷତ୍ର ଦିବସରେ ଅନୁଷ୍ଠାନର ଅଧ୍ୟାପକ ପ୍ରଦୀପ କୁମାର ତ୍ରିପାଠୀଙ୍କର ପରଲୋକ ଘଟିଥିଲା I ତେଣୁ ପ୍ରତି ସ୍ଵନକ୍ଷତ୍ର ଦିବସର ଉତ୍ସବମୟ ପରିବେଶ ଭିତରେ ମଧ୍ଯ ଉଭୟ ସ୍ୱର୍ଗତ ଅଧ୍ୟକ୍ଷ ଏବଂ ଅଧ୍ୟାପକଙ୍କ ସ୍ମୃତିରେ ଆଖିରେ ଲୁହ ଆସିଯାଇଥାଏ ବୋଲି ବିଧାୟକ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ I ଏହା ସହିତ ବିଧାୟକ ଶ୍ରୀ ସ୍ୱାଇଁ ସରକାରଙ୍କ ୫ଟି ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ I ସେହିପରି ସମ୍ମାନୀତ ଅତିଥି ରୂପେ ଅନୁଷ୍ଠାନର ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ପଟ୍ଟନାୟକ, ପ୍ରାକ୍ତନ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ବଡ଼ବୋର୍ସିଂ ସରପଞ୍ଚ ରାମେଶ୍ଵର ପାତ୍ର, ଗୋବରା ସମିତିସଭ୍ୟ ବିଭୂପାଦ ଜେନା,ପ୍ରତିଷ୍ଠାତା ସଦସ୍ୟ ବଦ୍ରି ପ୍ରସାଦ ତ୍ରିପାଠି ପ୍ରମୁଖ ମଞ୍ଚାସୀନ ଥିଲେ I ଏହି ଅବସରରେ ଅନୁ୍ଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଦ୍ରି ପ୍ରସାଦ ତ୍ରିପାଠିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ବିଜ୍ଞାନରେ ସର୍ବୋଚ୍ଚ ନମ୍ବର ରଖିଥିବା ଲିଜାରାଣୀ ପଣ୍ଡା, କଳାରେ ସ୍ମୃତି ମହାରଣା, ଶ୍ରେଷ୍ଠ ଯୁବ ରେଡ଼କ୍ରସ୍ ସ୍ଵେଚ୍ଛାସେବୀ କାହ୍ନୁ ଚରଣ ସ୍ୱାଇଁ,ଜିଜ୍ଞାସା ପରିଡ଼ା,ଶ୍ରେଷ୍ଠ ଜାତୀୟ ସେବା ଯୋଜନା ସ୍ଵେଚ୍ଛାସେବୀ କ୍ରିଷ୍ଣା ବିଷୋୟୀ, ସୁନିତା କୁମାରୀ ଲେଙ୍କା, ଶ୍ରେଷ୍ଠ ସ୍କାଉଟ୍ ରୋଭର୍ ଅମିତ୍ କୁମାର ସ୍ୱାଇଁ ଏବଂ ଶ୍ରେଷ୍ଠ ରେଞ୍ଜର୍ ରୂପେ ଯବାରାଣୀ ସ୍ୱାଇଁଙ୍କୁ ସମ୍ମାନୀତ କରାଯାଇଥିଲା I ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସାଂସ୍କୃତିକ ପରିଷଦ ସଭାପତି ଦେବେଶ ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ଅଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର ବିବରଣି ପଠନ କରିଥିଲେ I ଏହି ଅବସରରେ ଅନୁଷ୍ଠାନ ପରିସରରେ ଅତିଥି ମାନେ ଚାରା ରୋପଣ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶୂଳପାଣି ଶତପଥୀ,ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥି, ପୁରାତନ ଛାତ୍ର ସଂସଦ ସଭାପତି ଗୋରାଚାନ୍ଦ ସ୍ୱାଇଁ, ପୁରାତନ ଛାତ୍ର, ଅବସରପ୍ରାପ୍ତ ଅଧ୍ୟାପକ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମରେ ଆଧ୍ୟାପକ ସହଯୋଗ ଅଧ୍ୟାପିକା ରୁନିବାଳା ତ୍ରିପାଠୀ, ଭାରତୀ ବିଶ୍ୱାଳ,ରୁପାଲୀ ବିଷୋଇ, ସ୍ନିଗ୍ଧା ରାଣୀ ଗୌଡ଼, ସନ୍ତୋଷିନୀ ପରିଡା, ପିଙ୍କି ପଲାଇ,ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା, ପି ଦୀପକ ରାଓ, ମହେଶ୍ୱର ରାଉତଙ୍କ ସମେତ ରେଡ୍ ରିବନ, ଜାତୀୟ ସେବା ଯୋଜନା, ଯୁବ ରେଡ୍ କ୍ରସ୍ ,ସ୍କାଉଟ୍ ରୋଭର୍ ଏବଂ ରେଞ୍ଜର୍ ମାନେ ସହଯୋଗ କରିଥିଲେ I ଅଧ୍ୟାପକ ତଥା ସାଂସ୍କୃତିକ ପରିଷଦ ଉପସଭାପତି ଦୀପୁ ଭୂୟାଁ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ