ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ନୂଆ – ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ – ଓ ମାଧ୍ୟମରେ ସାମାଜିକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା । “ବାଲ୍ୟ ବିବାହ ଉଚ୍ଛେଦ” ଏବଂ ” ଶିଶୁ କନ୍ୟା ଶିକ୍ଷା ଓ ଅଧିକାର ” ସଚେତନତା ଶୋଭାଯାତ୍ରାକୁ ଶାସନ ଗ୍ରାମ ପଞ୍ଚାୟତର ସରପଞ୍ଚ ଭଞ୍ଜନୀ ନାଇକ ଓ ସମିତି ସଭ୍ୟ। ପିନାକିନି ବିଷୋୟୀ ପତାକା ଦେଖାଇ ଆମ୍ବବାଲୀ ଠାରୁ ଶୁଭାରମ୍ଭ କରିଥିଲେ । ଉକ୍ତ ଶୋଭାଯାତ୍ରା ଲୁଣିପଡ଼ା ଶାସନ ଗ୍ରାମ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ନୂଆ – ଓ ନୋଡାଲ ଅଧିକାରୀ ଦେବେଶ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ସାମାଜିକ କାର୍ଯ୍ୟ ସଂଯୋଜକ କୁମୁଦ ଚନ୍ଦ୍ର ମହାପାତ୍ର ସମାଜର ସୁଦୃଢ ପାଇଁ ନାରୀ ମାନଙ୍କୁ ସଶକ୍ତି କରଣ କରିବା ବାର୍ତ୍ତା ଦେଇଥିଲେ । ପ୍ରାକ୍ତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ , ଆମ୍ବବାଲି ସଭାପତି ସୁଶାନ୍ତ କୁମାର ଗୌଡ଼ , ଶାସନ ଗ୍ରାମ ସଭାପତି ରମେଶ ଚନ୍ଦ୍ର ବିଷୋୟୀ , ଅଧ୍ୟାପକ ଦିପୁ ଭୂୟାଁ,ଅଧ୍ୟାପକ ଗଙ୍ଗାଧର ରଣା ପ୍ରମୁଖ ମଞ୍ଚାସିନ ସହ ଧରିତ୍ରୀ ପତ୍ରିକାର ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଓ ସାଥୀ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଶେଷରେ ଅଧ୍ୟାପକ ମହେଶ୍ୱର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ବିଦ୍ୟାର୍ଥୀ ମାନେ ପ୍ଲାକ କାର୍ଡ ଧରି ସ୍ଲୋଗାନ ସହ ଗ୍ରାମ ପରିକ୍ରମା କରି ସଚେତନ ପ୍ରଚାର ପତ୍ର ଜନସାଧାରଣ ମାନଙ୍କୁ ବିତରଣ କରିଥିଲି । ଏଥିସହ ମହେଶ୍ୱର ଗୌଡ଼ ଓ ବଳରାମ ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।