ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପୁରାତନ ଛାତ୍ର ସଂଗଠନ ତରଫରୁ ରକ୍ତଦାନ ଶିବିର ଓ ଶୋକସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପୁରାତନ ଛାତ୍ର ସଂଗଠନ ତରଫରୁ ଏକ ରକ୍ତଦାନ ଶିବିର ଓ ଶୋକସଭା ବି.ଏମ୍‌.ସି. ଚିକିତ୍ସାଳୟର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ତୁଲାଇ ସହଯୋଗର ହାତ ବଢ଼ାଇଥିଲେ ଶିଶୁ ଅନନ୍ତ ଡିଗ୍ରୀ ମହାବିଦ୍ୟାଳୟ, ବାଲିପାଟଣାର ଜାତୀୟ ସେବା ଯୋଜନାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ । ରକ୍ତଦାନ ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଛାତ୍ର ସଂଗଠନର ଉପଦେଷ୍ଟା ପ୍ରଫେସର ଦୁର୍ଯ୍ୟୋଧନ ପରିଡ଼ା । ପରେପରେ ଶ୍ରୀଯୁକ୍ତ ପରିଡ଼ା ବାଲେଶ୍ୱରର ବାହାନଗାଠାରେ ମର୍ମନ୍ତୁଦ ତଥା ହୃଦୟ ବିଦାରକ ରେଳ ଦୁର୍ଘଟଣାରେ ପ୍ରାଣ ହରାଇ ଆମଠାରୁ ଚିରଦିନ ପାଇଁ ବିଦାୟ ନେଇଥିବା ଲୋକମାନଙ୍କ ପାଇଁ ଏକ ଶୋକସଭା ସହ ୧ ମିନିଟ୍ ନୀରବ ପ୍ରାର୍ଥନା କରାଇଥିଲେ ଓ ଛାତ୍ରଛାତ୍ରୀମାନଙ୍କର ଏତାଦୃଶ କାର୍ଯ୍ୟ ପାଇଁ ସମସ୍ତ କର୍ମକର୍ତ୍ତା ଓ ପୁରାତନ ଛାତ୍ର ସଂସଦ ଗର୍ବ ଅନୁଭବ କରୁଛି ବୋଲି ପ୍ରକାଶ କରିଥିଲେ । ସମବେତ ଛାତ୍ରଛାତ୍ରୀ, ଯୁବକ ଯୁବତୀ ତଥା ସ୍ଥାନୀୟ ବାସିନ୍ଦା ଓ ଚିକିତ୍ସାଳୟର କର୍ମକର୍ତ୍ତା ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ପୀଡ଼ିତମାନଙ୍କର ତୁରନ୍ତ ଆରୋଗ୍ୟ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସଂଗଠନର ସଭାପତି ଡ. ହାଡ଼ିବନ୍ଧୁ ପଟ୍ଟନାୟକ, ଉପସଭାପତି ଶୀଯୁକ୍ତ ରମେଶ ଚନ୍ଦ୍ର ପାତାଳସିଂହ, ପୂର୍ବତନ ସମ୍ପାଦକ ତଥା କାର୍ଯ୍ୟକାରିଣୀ ସଭ୍ୟ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର । ଶେଷରେ ସଂଗଠନର ସମ୍ପାଦକ ପ୍ରାଧ୍ୟାପକ ଶ୍ରୀଯୁକ୍ତ ସହଦେବ ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ । ସମୁଦାୟ ୨୨ଟି ଇଉନିିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ