ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଗଣିତ ପାଠଚକ୍ର

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋୟୀ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଗଣିତ ବିଭାଗର ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ଡ ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରସାୟନ ବିଭାଗୀୟ ମୁଖ୍ୟ ଡ଼.ରବିନାରାୟଣ ପାତ୍ର ଯୋଗ ଦେଇ ସାମ୍ପ୍ରତିକ ସମୟରେ ଗଣିତର ଆବଶ୍ୟକତା ଏବଂ ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I ସେହିପରି ସମ୍ମାନିତ ଅତିଥି ଭାବେ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପକ ରଞ୍ଜତ କୁମାର ଦାସ ଯୋଗଦେଇଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ଗଣିତ ବିଭାଗ ଅଧ୍ୟାପିକା କେ. ସ୍ୱାତୀ ରାଓ ପରିଚାଳନା କରିଥିଲେ, କାର୍ଯ୍ୟକ୍ରମରେ ଗଣିତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଅନୁଷ୍ଠାନର କର୍ମଚାରୀମାନେ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ