ଆଠଟି ଚୋରା ବାଇକ ଉଦ୍ଧାର,ବାଇକ ଚୋରି ମାଷ୍ଟର ମାଇଣ୍ଡକୁ ଗିରଫ କଲା ପୋଲିସ

ରାଇରଙ୍ଗପୁର,(,ଅକ୍ଷୟ କୁମାର ବିଶ୍ୱାଳ): ଆଠଟି ଚୋରା ବାଇକ ଉଦ୍ଧାର କରିବା ସହିତ ବାଇକ ଚୋରି କାରବାର ର ମାଷ୍ଟର ମାଇଣ୍ଡ କୁ ମଧ୍ୟ ଗିରଫ କଲା ବିଶୋଇ ଥାନା ପୋଲିସ।ଚୋରା ବାଇକ ରେକେଟ ଠାବ କରିବାରେ ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା। ସୂଚନା ଅନୁଯାୟୀ ବିଶୋଇ ଅଞ୍ଚଳର ରଞ୍ଜିତ ନାୟକ ଙ୍କ ଗୋଟିଏ ବାଇକ ତିନି ମାସ ପୂର୍ବରୁ ଚୋରି ହୋଇଥିବା ବେଳେ ତିନି ଦିନ ପୂର୍ବରୁ ସେହି ବାଇକ ଟିକୁ ଦୁଇ ଜଣ ଅଜଣା ଯୁବକ ବ୍ୟବହାର କରୁଥିବା ଦେଖି ସେ ବିଶୋଇ ଥାନା ପୋଲିସ କୁ ଖବର ଦେଇଥିଲେ। ତେବେ ବିଶୋଇ ଥାନା ଅଧିକାରୀ ଚୋରି ବାଇକ କୁ ଜବତ କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ ଥାନା କୁ ଆଣି ପଚରା ଉଚରା ଜାରି ରଖିଥିଲେ। ଦୁଇ ଅଭିଯୁକ୍ତ ବାଙ୍ଗରିପୋଷି ଥାନା ଅଁଳାଯୋଡି ଗ୍ରାମର ସାଗର ନାୟକ ଓ ବୁଢ଼ୀଖମାରି ଗ୍ରାମର ସୁଜିତ ନାୟକ ବୋଲି ଜଣାପଡିଥିଲା। ତେବେ ଦୁଇ ଅଭିଯୁକ୍ତ ବାଇକ ଟିକୁ ବାଙ୍ଗରିପୋଷି ଥାନା ଅନ୍ତର୍ଗତ ପାଣ୍ଡରାବନ୍ଧ ଗ୍ରାମରେ ଶଶୁର ଘରେ ରହୁଥିବା ଗୁରୁ ଚରଣ ଦାସ ଙ୍କ ପାଖରୁ ୧୩୦୦୦ ଟଙ୍କା ରେ କିଣିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ। ଏ ସମ୍ପର୍କରେ ଜାଣିବା ପରେ ବିଶୋଇ ଥାନା ପୋଲିସ ବାଙ୍ଗିରିପୋଷି ଥାନା ପୋଲିସ ର ସହାୟତା ରେ ଚୋରା ବାଇକ ରେକେଟ ର ମାଷ୍ଟର ମାଇଣ୍ଡ ଗୁରୁଚରଣ ଦାସ ଙ୍କ ଶଶୁର ଘରେ ପହଂଚି ଗୁରୁ ଚରଣ ଦାସ କୁ ଗିରଫ କରିବା ସହିତ ଚୋରି କରିଥିବା ଅନ୍ୟ ସାତୋଟି ବାଇକ ମଧ୍ୟ ଉଦ୍ଧାର କରିଥିଲେ। ତେବେ ବିଶୋଇ ଥାନା ପୋଲିସ ସର୍ବମୋଟ ଆଠଟି ବାଇକ ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ଶୁଳିିଆପଦା ଥାନା ଅନ୍ତର୍ଗତ ଧାତିକା ଗ୍ରାମର ଗୁରୁଚରଣ ଦାସ ଓ ଅନ୍ୟ ଦୁଇ ଅଭିଯୁକ୍ତ ସାଗର ନାୟକ ଓ ସୁଜିତ ନାୟକ କୁ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ