ଆଠ ବର୍ଷ ହୋଇଗଲା ଅପୂର୍ଣ୍ଣାଙ୍ଗ ଅବସ୍ଥାରେ ରାଜୀବ ଗାନ୍ଧି ସେବା କେନ୍ଦ୍ର
କନ୍ଧମାଳ ,(ଯୁଗାବ୍ଦ ନ୍ୟୁଜ) ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ଆଜକୁ ଆଠ ବର୍ଷ ହୋଇଗଲା ଅଧନିର୍ମିତ ଅବସ୍ଥାରେ ରାଜୀବ ଗାନ୍ଧି ସେବା କେନ୍ଦ୍ର ପଡିରହିଥିବା ପଞ୍ଚାୟତବାସୀ ଅଭିଯୋଗ କରୁଛନ୍ତି।ଆର୍ଥିକ ବର୍ଷ ୨୦୧୦- ୧୧ ରରେ ହାତୀମୁଣ୍ଡା ପଞ୍ଚାୟତରେ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନୁମୋଦନ ହୋଇଥିଲା।କିନ୍ତୁ ନିର୍ମାଣ କାର୍ଯ୍ୟଟି ଛାତ ଲେବେଲ ହୋଇ ଅପୂର୍ଣ୍ଣାଙ୍ଗ ହୋଇ ରହିଯାଇଥିବା ବେଳେ ଏବେ ସେଠି ଲଟା ବୁଦା ଭରିରହିଛି ଏହା ସହ ବିଭିନ୍ନ ସ୍ଥାନରେ କ୍ରାକ ହୋଇ ତାହା ଭାଙ୍ଗିବାକୁ ବସିଲାଣି।ଏନେଇ ବହୁ ବାର ସରକାରୀ ଅଧିକାରୀଙ୍କ ପାଖରେ ପଞ୍ଚାୟତ ବାସୀ ପହଞ୍ଚି ଦାବି ରଖିଥିଲେ ମଧ୍ୟ ଏଦିଗରେ କେହି ପଦକ୍ଷେପ ଗ୍ରହଣ କରୁନାହାନ୍ତି।ଜାହାରି ଫଳରେ ପଞ୍ଚାୟତ ବାସୀଙ୍କ ସମସ୍ତ ଦାବି ପ୍ରତିଥର ବିଫଳ ହେଉଥିଲେ ମଧ୍ୟ ପଞ୍ଚାୟତ ବାସି ଆଜିବି ଅଧିକାରୀମାନଙ୍କୁ ଏନେଇ ଅନୁରୋଧ କରିଆସୁଛନ୍ତି।ନିର୍ମାଣ କାର୍ଯ୍ୟ ଅପୂର୍ଣ୍ଣାଙ୍ଗ ହୋଇ ରହିଥବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ଅନୁମୋଦିତ ସମସ୍ତ ଅର୍ଥ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ପୂର୍ବରୁ ଖର୍ଚ୍ଚ ହୋଇସାରିଥିବା ବେଳେ ଏନେଇ ବ୍ଲକ ପକ୍ଷରୁ ଆଜିବି ତଦନ୍ତ କରାଯାଉଥିବା ଜଣାପଡିଛି।