ଆଡପ ଦର୍ଶନ

ରଥ ପଥ ଖାଲି
ବାଇସି ପାହାଚ
ରତ୍ନସିଂହାସନ ଖାଲି,
ଶ୍ରୀମନ୍ଦିରେ ନାହିଁ
କାଳିଆ ସାଆନ୍ତ
ଆଡପ ମଣ୍ଡପ ଗଲି ।

ଆଡପ ମଣ୍ଡପେ
ଆଳାପ ଚାଲିଛି
ଭାଇ ଭଉଣୀଙ୍କୁ ନେଇ,
ପଡିଦାତ୍ରୀ ନାହିଁ
ଜନ୍ମଦାତ୍ରୀ ଯହିଁ
ରାନ୍ଧି ରୁନ୍ଧି ଦିଏ ଖୋଇ ।

ଯେଉଁ ଯୁଗେ ଥାଆ
ଯେଉଁ ଯାଗା ଥାଆ
ରୁନ୍ଧା ଦିଅଁ ବନ୍ଧା ହୁଅ,
ପାଖରେ ପାଇଲେ
କିଏ ବା ଛାଡିବ
କାହିଁ ନ ବାନ୍ଧିବ କୁହ ।

ତୁମେ ଚାଲିଗଲେ
ଚାରିଆଡେ ଶୂନ୍ଯ
ଯହିଁ ଥାଅ ତହିଁ ପୂର୍ଣ୍ଣ,
ହେ ଚକାନୟନ
ଆଡପ ମଣ୍ଡପେ
ତୋ ଦର୍ଶନେ କୋଟି ପୂଣ୍ଯ ।

ପୂଣ୍ଯ ବାଣ୍ଟିବାକୁ
ପଳାଇ ଆସିଛୁ
ଆଡପ ମଣ୍ଡପ ତୁହି,
ଭକତ ଭିଡରେ
ଆଡେଇ ଚାହୁଁଛି
ଚାହାଁ ତରିଯାଏ ମୁହିଁ ।

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ