ଆଡଭାନ୍ସ କମ୍ପ୍ୟୁଟର ବାର୍ଷିକୋତ୍ସବ ସାଇବର କ୍ରାଇମ୍ ନେଇ ଆଲୋଚନା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ସ୍ଥିତ ଆଡଭାନ୍ସ କମ୍ପ୍ୟୁଟର ପ୍ରଶିକ୍ଷଣ ସଂସ୍ଥାର ବାର୍ଷିକୋତ୍ସବ ପୁଞ୍ଜିକୟାଁ ଛକ ସ୍ଥିତ ବିଜୁ ପଟ୍ଟନାୟକ କଲ୍ଯାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ନିର୍ଦ୍ଦେଶକ ଏସ. ଶଙ୍କର ଦୋରାଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନ ଏବଂ ସହ ନିର୍ଦ୍ଦେଶିକା ସୁନିତା ପଲାଇ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖେମୁଣ୍ଡି କଲେଜ ଅଧ୍ୟକ୍ଷ ଡ.ଅସିତ କୁମାର ଷଡ଼ଙ୍ଗୀ ମୂଖ୍ଯଅତିଥି ଏବଂ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ, ଓକେସିଏଲ ଗଞ୍ଜାମ ଜିଲା ସଂଯୋଜିକା ଏସ.ରେଖା ମହାନ୍ତି, କଳା ପ୍ରଶିକ୍ଷକ ଅରୁଣ କୁମାର ସାହୁ, କମ୍ପ୍ୟୁଟର ପ୍ରଶିକ୍ଷକ ଭବାନୀ ଶଙ୍କର ହୋତା  ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ବର୍ତ୍ତମାନ ସମାଜରେ ସାଇବର କ୍ରାଇମ ଏକ ବିରାଟ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏହାର ମୂଳୋତ୍ପାଟନ ପାଇଁ କମ୍ପ୍ୟୁଟର ପ୍ରଯୁକ୍ତି ବିଜ୍ଞାନ ସମ୍ବନ୍ଧରେ ଅଧିକ ଶିକ୍ଷା ଓ ସଚେତନତା ଏକମାତ୍ର ମାଧ୍ୟମ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଆର. ଲିଜାରାଣି ଦୋରା, ଆରଞ୍ଜନ ସ୍ବାଇଁ, ଚନ୍ଦ୍ରଶେଖର ପାଢ଼ୀ, ଭୋଳାନାଥ ନାଇକ, ଚନ୍ଦନ କୁମାର ଗୌଡ, ଶୁଭଶ୍ରୀ ବାଡତ୍ଯା, ଟୁକୁନା ଶବର, ନିରୂପମା ବିଷୋୟୀ, ଶୁଭ୍ର ପ୍ରିୟଦର୍ଶିନୀ ପଣ୍ଡା ଏବଂ ପି. ମାମାଲି ଙ୍କୁ ଜିନିଅସ୍ ଆଓ୍ବାର୍ଡ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା।ଶେଷରେ  ଛାତ୍ରୀ ଛାତ୍ର ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା  ବେଳେ ସ୍ବର୍ଣ୍ଣଲତା ବେହେରା, ସ୍ମିତା ମହାରଣା, ବର୍ଷା ଶତପଥୀ, ଟୁକୁନି ପ୍ରଧାନ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ