ଆଡଭୋକେଟ କ୍ଲର୍କସ ଆସୋସିଏସନ ପକ୍ଷରୁ ବରିଷ୍ଠ ମୋମରୀରଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଆଡଭୋକେଟ କ୍ଲର୍କସ ଆସୋସିଏସନ ପକ୍ଷରୁ ୨ବରିଷ୍ଠ ମୋହରୀରଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆସୋସିଏସନର ସଭାପତି ବନମାଳି ଷଡଙ୍ଗୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଶୋକସଭାରେ ବରିଷ୍ଠ ମୋହରୀର ତଥା ଦୁତିଆଳ ଗ୍ରାମର ଦୈତାରୀ ରାଉତ(୯୭) ଏବଂ ବଣିଆମାଳ(ଓଡିଶୋ)ଗ୍ରାମର ନୃସିଂହ ଚରଣ ମଲ୍ଲିକ(୬୫)ଙ୍କ ବିୟୋଗରେ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇ ଶୋକବ୍ୟକ୍ତ କରାଯାଇଥିଲା । ଏହି ଶୋକସଭାରେ ଉପଦେଷ୍ଟା କମିଟି ସଭ୍ୟ ବିଦ୍ୟାଧର ଦାସ, ଉପସଭାପତି କୈଳାସ ଚନ୍ଦ୍ର ଜେନା, ସମ୍ପାଦକ ପ୍ରତାପ ଚନ୍ଦ୍ର ରାଉତ, ସହସମ୍ପାଦକ ରମାକାନ୍ତ ନାୟକ, କୋଷାଧ୍ୟକ୍ଷ ବଳରାମ ସିଂହ, ଉପଦେଷ୍ଟା କମିଟି ସଭ୍ୟ ନଟବର ସ୍ୱାଇଁ, ଦାମୋଦର ମହାନ୍ତି, ନିରଞ୍ଜନ ସୁତାର, ନିତ୍ୟାନନ୍ଦ ଜେନା, ପ୍ରେମାନନ୍ଦ ସିଂହ, ରମେଶ ଚନ୍ଦ୍ର ଧଳ, ନାରାୟଣ ଚନ୍ଦ୍ର ବିହାରୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ୨ମୋହରୀରଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ