ଆଡ଼ପଡ଼ାରେ ପ୍ରକଳ୍ପ ଶୁଭାରମ୍ଭ କଲେ ଆସିକା ଏମ ପି 

 ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ଶାସକଦଳକୁ ଆସିକା ସାଂସଦ ଭରସା ହେବେ ବୋଲି ଆକଳନ କରାଯାଇଥିଲା ତାହା ଆଜି ସ୍ପଷ୍ଟ ପ୍ରମାଣିତ ହୋଇଛି | ଆଜି ସାନଖେମୁଣ୍ଡି ବ୍ଲକରେ ଆସିକା ସାଂସଦ ପ୍ରମିଳା ବିଶୋଇ ଓ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ନିଜ ଦଳୀୟକର୍ମୀଙ୍କ ସହ  ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ମାରାଥନ ଉଦଘାଟନ କରିଛନ୍ତି | ଆଡ଼ପଡ଼ା ପଞ୍ଚାୟତର ମାଣିକେଶ୍ବରୀ ହାଇସ୍କୁଲ ଫାଟକ ଓ ବିଶୁଦ୍ଧ ପାନୀୟଜଳ ପ୍ରକଳ୍ପ,  ଠାକୁରାଣୀ ମନ୍ଦିର ଗୃହ. ଆଡ଼ପଡ଼ା ସି ଏଚ ସି ଆଲୋକୀକରଣ ପାଇଁ ହାଇମାକ୍ସ ଆଲୁଅ, ପେଣ୍ଡୁରାଲୁଣ୍ଡି ବ୍ରାହ୍ମଣ କୋଠଗୃହ ସମେତ ବାଲିଆ କଇଠବେଢ଼ା ରେ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିଥିଲେ |ସାଂସଦ ଆଡ଼ପଡ଼ା ଇଶାଣେଶ୍ଵର ବିଜୁ ପାର୍କ ଭ୍ରମଣ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତି ଓ ବୃକ୍ଷପ୍ରେମ ସହ ପାର୍କ ଏବେ ଗାଁରେ ହାଜର ହୋଇଛି ବୋଲି ପ୍ରକାଶ କରିଥିଲେ | ସରପଞ୍ଚ ନୀଳମାଧବ ରାଉତ, ସମିତିସଭ୍ୟ ସୁରେନ୍ଦ୍ର ବାରିକଙ୍କ ଏସନେଶ୍ୱର ପାଠାଗାର ସଭାପତି ବନମାଳୀ ପ୍ରଧାନ ଙ୍କ  ସମେତ ସମସ୍ତ ସ୍ବେଛାସେବୀ ଉପସ୍ଥିତ ଥିଲେ | ଆଡ଼ପଡ଼ା ପଞ୍ଚାୟତ କାର୍ଯ୍ୟକ୍ରମ ସହ ସାଂସଦ ଓ ପୂର୍ବତନ ବିଧାୟିକା ମାସ୍କ ବଣ୍ଟନ, କରିବା ସହ ଜନସଚେତନ କରାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ