ଆଣ୍ଟିଜେନ୍ ପରୀକ୍ଷଣ; ଗଣିଜାଙ୍ଗରେ ୩ ସହ ଆଗରପଡାରେ ୬ ପଜେଟିଭ୍
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ନେହେରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଣ୍ଟିଜେନ୍ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ୩ ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ସୁପରଭାଇଜର ସୁଶାନ୍ତ କୁମାର ରାଉତରାୟ, ସ୍ୱାସ୍ଥ୍ୟ କର୍ମୀ ରାଧାରାଣୀ ଦାସ, ଅନିମେଶ ଶୁକ୍ଳ, ପ୍ରିୟବ୍ରତ ଦେହୁରୀ, ସୁପ୍ରଭା ସ୍ୱାଇଁ, ଜଗନ୍ନାଥ ଲେଙ୍କା, ଅଶା କର୍ମୀ ମଲ୍ଲୀ ବାରିକ, ସରୋଜିନୀ ନାୟକ ପରୀକ୍ଷଣ କାର୍ଯ୍ୟ ସଂପାଦନ କରିଥିଲେ । ସରପଞ୍ଚ ରଞ୍ଜନ କୁମାର ସାହୁ ଓ ଗ୍ରାମ ପଞ୍ଚାୟତ ନୋଡାଲ ଅଫିସର ଅଭୟ କୁମାର ପ୍ରଧାନ ସହଯୋଗ କରିଥିଲେ । ସେହିପରି ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୩ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିବା ବେଳେ ୬ ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗୋପିନାଥପୁର ପଞ୍ଚାୟତ ଶ୍ରୀରାମପୁରରେ ୧ ଜଣ, ତାଜିପୁରରେ ୨ ଜଣ, ମହାନ୍ତିପଡା ପଞ୍ଚାୟତ ପତଡାରେ ୧ ଜଣ, ବଡମହିଷଗୋଠ ପଞ୍ଚାୟତ ନରିପୁରରେ ୧ ଜଣ ଏବଂ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀ ଥିବା ଜଣାଯାଇଛି ।