ଆଣ୍ଠୁଏ କାଦୁଅରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ
ହାଟଡ଼ିହି, (ଯୁଗାବ୍ଦ ନୁ୍ୟଜ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ଚଷାଖଣ୍ଡ ଗ୍ରାମରେ ରାସ୍ତା ନିର୍ମାଣ ହେଉନଥିବାରୁ ଗାଁ ଲୋକେ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଆଣ୍ଠୁଏ କାଦୁଅରେ ପସି ସ୍କୁଲ ଯିବା ଆସିବା କରୁଛନ୍ତି । ଖବରରୁ ଜଣାଯାଇଛି ଯେ ଚଷାଖଣ୍ଡ ଗାଁରେ ୧୫୦ରୁ ଉର୍ଦ୍ଧ ପରିବାରର ୧୦୦୦ରୁ ଉର୍ଦ୍ଧ ଲୋକ ବାସ କରନ୍ତି । ଗାଁରେ କିଛିବର୍ଷ ପୁର୍ବେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲା । ବର୍ଷ ଜଳ ନିସ୍କାସନ ପାଇଁ ଡ୍ରେନ ମଧ୍ୟ ନିର୍ମାଣ କରାଯାଇଥିଲା । କିନ୍ତୁ କିଛି ଲୋକ ସେମାନଙ୍କ ଜମିରେ ଘର କରିଦେବାପରେ ବର୍ଷା ଜଳ ନିସ୍କାସନ ହୋଇନପାରି ରାସ୍ତା ଉପରେଜମି ରହିବାରୁ କଂକ୍ରିଟ ରାସ୍ତା ଉପରେ ଏବେ ଆଣ୍ଠୁଏ ବହଳର କାଦୁଅ ରାସ୍ତାରେ ପରିଣତ ହୋଇଛି । ଫଳରେ ଏହି କାଦୁଅରେ ପସି ଗାଁ ଲୋକମାନେ ଯାତାୟତ କରୁଥିବାବେଳେ ସ୍କୁଲ ଛାତ୍ରଛାତ୍ରୀ ମାନେ ମଧ୍ୟ ଯାତାୟତ କରୁଛନ୍ତି । ତେଣୁ କିପରି ଅତିଶିଘ୍ର ଜଳନିସ୍କାସନର ବ୍ୟବସ୍ଥା କରାଯିବ ସେଥିପ୍ରତି ବ୍ଲକ ପ୍ରଶାସନ ଓ ପଞ୍ଚାୟତର ସରପଞ୍ଚ ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିରାମ ରାଉଳ, ଗୋପାଳକୃଷ୍ଣ ପଣ୍ଡା, ସୁରେନ୍ଦ୍ର ବାରିକ, ସୁରେଶନ ବାରିକ, ମୁରଲୀଧର ବାରିକ, ଅନନ୍ତ ଚରଣ ବାରିକ, ନିରଞ୍ଜନ ବିଶ୍ୱାଳ, ନକୁଳ ପାଗଳ, ବ୍ରଜ ମୋହନ ଦାସ, ଶଙ୍କର୍ଷଣ ପାଗଳ ପ୍ରମୁଖ ଗ୍ରାମବାସୀମାନେ ଦାବି କରିଛନ୍ତି ।