ଆଣ୍ଡାଳସିଂହ ଗ୍ରାମର ୬୦ ଜଣ ନଣ୍ଡା ହେଲେ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ): ସାକ୍ଷୀଗୋପାଳ ଜୟା ଢ଼ାବା ରେ ଗୋ ମାଂସ ରେ ମଟନ ରନ୍ଧା ହେଉଥିଵା ଖଵର ଭାଇରାଲ ପରେ ହୋଟେଲ ରେ ଖାଇଥିବା ଲୋକ ମାନେ ଏବେ ଚିନ୍ତାରେ। କଣାସ ବ୍ଲକ୍ ର ଅଣ୍ଡାରସିଂହ ଗ୍ରାମର ୬୦ ଜଣ ଯୁବକ ଓ ବୟସ୍କ ମାନେ ଶୁଦ୍ଧି ହୋଇ ପ୍ରାୟଶ୍ଚିତ କରିଛନ୍ତି । ଏମାନେ ଲଣ୍ଡାହେବା ସହ ପିଇଛନ୍ତି ଗୋମୁତ୍ର ଓ ଗୋ ମୟ ଜଳ ଗାଧୋଇଛନ୍ତି । ଏଥିସହିତ ବ୍ରାହ୍ମଣ ଭୋଜନ ଦେଇ ନିଜେ ମହାପ୍ରସାଦ ସେବନ କରିଛନ୍ତି।ଜୟା ହୋଟେଲ ର ମଟନ ର ନାଁ ରହିଥିଲା ତେଣୁ ଲୋକ ମାନେ ଆଜଣାନ୍ତରେ ହୋଟେଲ ରେ ଖାଇଥିଲେ। ଏହି ଖବର ଜାଣିବାର ପରେ ଲୋକମାନଙ୍କୁ ଭଲ ଲାଗିନଥିଲ। ତେଣୁ ସେମାନେ ଲଣ୍ଡନ ହୋଇ ସୁଦ୍ଧି ହୋଇଥିଲେ।