ଆତଙ୍କବାଦକୁ ରୋକିବାପାଇଁ ପାକିସ୍ତାନକୁ କଡା ସମାଲୋଚନା କଲେ ଇରାନ ପ୍ରଧାନମନ୍ତ୍ରୀ

ଆତଙ୍କବାଦକୁ ପ୍ରଧାନମନ୍ତ୍ରୀ ବିରୁଦ୍ଧରେ ସମସ୍ତ ଦେଶ ନିଜର ସ୍ୱରକୁ ଶାଣିତ କରୁଥିବାବେଳେ ବର୍ତ୍ତମାନ ଏଥିରେ ସାମିଲ ହୋଇଛି ଇରାନ । ପାକିସ୍ତାନରେ ଥିବା ଆତଙ୍କବାଦୀ ସଙ୍ଗଠନ ଉପରେ କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ କେବଳ ଭାରତ ଆଗରେ ନାହିଁ ଏବେ ଇରାନ ମଧ୍ୟ ଏହାକୁ ନେଇ ଦୃଢ ଚେତାବନୀ ଦେଇଛି । ଇରାନ ସରକାର ପାକିସ୍ତାନରେ ଥିବା ଆତଙ୍କବାଦୀ ସମୂହଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ ଚେତାବନୀ ଦେଇଛନ୍ତି । ଆଇଆରଜିସି କୁର୍ଦ ସେନାର ପ୍ରମୁଖ ଜେନେରାଲ କାସିମ ସୋଲେମାନି ଏହି ପ୍ରତିକ୍ରିୟା ରଖିଛନ୍ତି ।ଜେନେରାଲ ସୋଲେମାନୀ କହିଛନ୍ତି କି, ପାକିସ୍ତାନ କେଉଁ ଆଡକୁ ଯାଉଛି? ତାହା ମୋର ପାକିସ୍ତାନ ସରକାରଙ୍କୁ ପ୍ରଶ୍ନ । ସେ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି କି, ପାକିସ୍ତାନୀ ନିଜର ସମସ୍ତ ପଡୋଶୀ ରାଷ୍ଟ୍ର ସୀମାରେ ଆତଙ୍କବାଦର ବିସ୍ତାର କଣ ପାଇଁ କରୁଛି । ପାକିସ୍ତାନର ଏଭଳି କୌଣସୀ ପଡୋଶୀ ବାକି ନାହିଁ ଯାହା ବିରୋଧରେ ସେ ଅସୁରକ୍ଷା ସୃଷ୍ଟି କରି ନାହିଁ । ପାକିସ୍ତାନ ନିକଟରେ ପରମାଣୁ ବମ ରହିଛି କିନ୍ତୁ ସେ ଏକ ଆତଙ୍କୀ ସମୂହ ଉପରେ ପକାଉ ନାହିଁ । ପାକିସ୍ତାନକୁ ଇରାନର ସଂକଳ୍ପ ପରୀକ୍ଷା ନନେବା ଉଚିତ୍ ।ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ଇରାନ ଆତଙ୍କବାଦ ବିରୋଧରେ ଲଢେଇ କରି ଆସୁଛନ୍ତି । ପାକିସ୍ତାନ ଏବଂ ଭାରତ ମଧ୍ୟରେ ଚାଲିଥିବା ଉତେଜନାମୂଳକ ପରିସ୍ଥିତି କାରଣରୁ ବୈଦେଶିକ ସଚିବ ବିଜୟ ଗୋଖଲେ ଗତ ସପ୍ତାହରେ ଇରାନ ଯାତ୍ରା ଟାଳି ଦେଇଥିଲେ । ଫେବୃଆରୀ ୧୩ରେ ପାକିସ୍ତାନ ସହ ଲାଗିଥିବା ସିସ୍ତାନ ବେଲୁଚିସ୍ତାନ ସୀମାରେ ଏକ ଆତ୍ମଘାତୀ ଆକ୍ରମଣ କରିଥିଲା । ଏଥିରେ ଇରାନ ରିଭୋଲ୍ୟୁସନାରୀ ଗାର୍ଡର ୨୭ ଜଣ ଯବାନ ସହିଦ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ