ଆତଙ୍କବାଦୀ ଆକ୍ରମଣ: ୨ ଯବାନ ଶହୀଦ

ଶ୍ରୀନଗର: ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ (ସିଆରପିଏଫ୍) କନ୍‌ଭେନ୍‌ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଜମ୍ମୁ-କଶ୍ମୀରର ସୋପୋରରେ ଏହି ଆକ୍ରମଣରେ ସିଆରପିଏଫ୍‌ ୧୭୯ ବାଟାଲିୟନର ୨ ଜଣ ଜବାନ ଶହୀଦ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାଟ୍ରୋଲିଂ କରୁଥିବା ଟିମ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ବୁଧବାର ସକାଳେ ଏକ ସିଆରପିଏଫ୍‌ ଟିମ୍‌ ପାଟ୍ରୋଲିଂ କରିବାକୁ ବାହାରିଥିଲା। ଜମ୍ମୁ-କଶ୍ମୀର ପୋଲିସ୍‌ ସହ ସିଆରପିଏପ୍‌ ଯବାନମାନେ ସାପୋରର ଆଦର୍ଶ ସହରରେ ଥିବା ରାଜପଥର ସାପୋର ବାଇ-ପାସ୍‌ରେ ଚେକ୍‌ପୋଷ୍ଟ୍ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ହଠାତ୍‌ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ସିଆରପିଏଫ୍‌ ଟିମ୍‌ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ। ଏହି ସମୟରେ ତିନିଜଣ ଯବାନ ଓ ଜଣେ ସାଧାରଣ ନାଗରିକଙ୍କ ଦେହରେ ଗୁଳି କରାଯାଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣ ଯବାନ ଓ ଜଣେ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇଥିଲେ। ଗୁରୁତର ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରାଯାଇଛି। ଭାରତୀୟ ସେନା ଓ ପୋଲିସ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ