ଆତଙ୍କବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ : ଯବାନ ଏନକାଉଣ୍ଟରରେ ୧ ଆତଙ୍କୀ ନିହତ
ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଶୁକ୍ରବାର ପ୍ରାତଃ ସମୟରେ ମୁହାଁମୁହିଁ ହୋଇଛନ୍ତି । ଉଭୟ ପଟୁ ଗୁଳି ବିନିମୟ ଜାରୀ ରହିଥିବାବେଳେ ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି । ଖବର ଅନୁଯାୟୀ ଶ୍ରୀନଗର ସହର ନିକଟବଡଗାମ୍ ଜିଲ୍ଲାର ନାଓଗାମ ଅଂଚଳ ବେକ୍ପେରା ଅଂଚଳରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ଖବର ପାଇ ସେନା ପକ୍ଷର ୁସଂପୃକ୍ତ ଅଂଚଳକୁ ଘେରିରହିଥିଲେ । ଏହା ପରେ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରୀ ରହିଥିଲା । କିଛି ସମୟ ପାଇଁ ଗୁଳି ବିନିମୟ ବନ୍ଦ କରାଯାଇଥିବା ବେଳେ ଜଣେ ଆତଙ୍କ ବାଦୀର ମୃତ ଦେହ ଉଦ୍ଧାର କରାଯାଇଛି । ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରୀ ରହିଛି ।