‘ଆତଙ୍କବାଦ ବିରୋଧରେ ମନମୋହନଙ୍କ ଆଭିମୁଖ୍ୟ ମୋଦିଙ୍କ ପରି କଠୋର ନଥିଲା’

ନୂଆଦିଲ୍ଲୀ (ଏଜେନ୍ସି): ଲୋକସଭା ନିର୍ବାଚନ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍ । ସେ କହିଛନ୍ତି, ଆତଙ୍କବାଦ ବିରୋଧରେ ଯେତିକି କଠୋର ଆଭିମୁଖ୍ୟ ପିଏମ୍ ମୋଦି ଆପଣେଇଛନ୍ତି ଏମିତି ଆଭିମୁଖ୍ୟ ୨ଠଠ୮ରେ ମନମୋହନ ସିଂହଙ୍କ ନଥିଲା । ଉଲ୍ଲେଖଯୋଗ୍ୟ, ୨ଠଠ୮ରେ ମୁମ୍ବାଇ ଉପରେ ଲସ୍କର-ଏ-ତୋଇବାର ଆତଙ୍କବାଦୀ ହମ୍ଲା କରିଥିଲା । ଏହାର ଷଡ଼ଯନ୍ତ୍ର ଜାକିଉର ରେହମାନ ଲଖ୍ଭି ରଚିଥିଲା । ଏହି ହମ୍ଲାରେ ମୋଟ୍ ୧୭୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ୯ ଆତଙ୍କବାଦୀ ମଧ୍ୟ ସୁରକ୍ଷାବଳଙ୍କ ଗୁଳିରେ ପ୍ରାଣ ହରାଇଥିଲେ । ମାତ୍ର ୟୁପିଏ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଇନଥିଲେ ।
ଶୀଲା ଦୀକ୍ଷିତ କହିଛନ୍ତି ଯେ, ୨ଠଠ୮ରେ ମୁମ୍ବାଇ ହମଲାରେ ମନମୋହନ ସିଂହ ସରକାର ସେତିକି କଠୋର ନଥିଲେ, ଯେତିକି କଠୋର ପ୍ରଧାନମନ୍ତ୍ରୀ ମୋଦି ଦେଖାଇଛନ୍ତି । ୨୬/୧୧ ହମ୍ଲା ପରେ ୟୁପିଏ ସରକାରର ଆଭିମୁଖ୍ୟକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏହା ସ୍ୱୀକାର କରିବାକୁ ପଡ଼ିବ ମନମୋହନ ସିଂହ ଆତଙ୍କବାଦ ବିରୋଧ ଲଢ଼େଇରେ ଏତେ ମଜବୁତ ନଥିଲେ, ଯେତିକି ମଜବୁତ ଏବେ ପ୍ରଧାନମନ୍ତ୍ରୀ ମୋଦି ଥିଲେ । ୟୁପିଏ ସରକାର ଭାବୁଥିଲା ଯେ ପାକିସ୍ତାନ ସହ ଲଢ଼ିବା ପାଇଁ ସେନାର ବ୍ୟବହାର କରିବା ଠିକ୍ ନୁହେଁ । କାରଣ ଏଥିରେ ଆତଙ୍କବାଦ କମ୍ ହେବନାହିଁ ।
ଉଲ୍ଲେଖଯୋଗ୍ୟ, ୨ଠ୧୬ ସେପ୍ଟେମ୍ବର ୧୮ରେ ଆତଙ୍କୀ ଉରିରେ ସେନା କ୍ୟାମ୍ପ୍ରେ ପଶି ଆତ୍ମଘାତୀ ହମ୍ଲା କରିଥିଲେ । ଏଥିରେ ୧୯ ଯବାନ ସହିଦ୍ ହୋଇଥିଲେ । ଏହାର ଠିକ୍ ୧ଠ ଦିନ ପରେ ଭାରତୀୟ ଯବାନ ପିଓକେରେ ତିନି କିଲୋମିଟର ଭିତରକୁ ପଶି ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଏହି ୨ଠ୧୯ ଫେବୃଆରୀ ୧୪ରେ ପୁଲୱାମାରେ ସିଆର୍ପିଏଫ୍ ଗାଡ଼ି ଉପରେ ହୋଇଥିବା ଆତଙ୍କୀ ହମ୍ଲାରେ ୪ଠ ସିଆର୍ପିଏଫ୍ ଯବାନ ସହିଦ୍ ହୋଇଥିଲେ । ଏହାର ଠିକ୍ ୧୨ ଦିନ ପରେ ଅର୍ଥାତ୍ ଫେବ୍ରୁଆରୀ ୨୬ରେ ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ଏୟାର୍ ଷ୍ଟ୍ରାଇକ୍ କରି ଜୈଶର ବଡ଼ ଆତଙ୍କୀ ଆ‡ାକୁ ଧ୍ୱଂସ କରିଥିଲା । ମାତ୍ର ଏମିତି କଠୋର କାର୍ଯ୍ୟାନୁଷ୍ଠାନ ମନମୋହନ ସିଂହ ସରକାରଙ୍କ ଅମଳରେ ହୋଇନଥିବା ଶୀଲା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ