ଆତଙ୍କବାଦ ବିରୋଧରେ ଲଢେଇ ଶେଷ ହୋଇନାହିଁ- ବିପିନ ରାୱତ
ନୂଆଦିଲ୍ଲୀ- ଦିଲ୍ଲୀରେ ଆରମ୍ଭ ହୋଇଥିବା ରାୟସୀନା ଡାଇଲଗର ତୃତୀୟ ଦିନରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ ଯୋଗଦେଇ କହିଛନ୍ତି ଆତଙ୍କବାଦକୁ ନିପାତ କରିବା ପାଇଁ ଆମେରିକା ୯/୧୧ରେ ଯେଭଳି ନୀତି ଆପଣେଇ ଥିଲା ଆମକୁ ସେଭଳି କରିବା ଉଚିତ୍ । ସିଡିଏସ୍ କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଲଢେଇ ଶେଷ ହୋଇନାହିଁ। ଯଦି ଆମକୁ ଲାଗୁଛି ଆତଙ୍କବାଦ ଶେଷ ହୋଇଯାଇଛି ତେବେ ଏହା ଭୁଲ୍। ଆମେ ଆତଙ୍କବାଦକୁ ସମାପ୍ତ କରିପାରିବା। ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଆମେ ଆମେରିକା ୯/୧୧ରେ କଲାଭଳି ନୀତି ଆପଣେଇବା। ଆତଙ୍କବାଦ ବିରୋଧରେ ବୈଶ୍ଵିକ ଯୁଦ୍ଧ କରାଯାଉ । ଶାନ୍ତି ବାର୍ତ୍ତାକୁ ନେଇ ଜେନେରାଲ ବିପିନ ରାୱତ କହିଛନ୍ତି ଯେ, ଆପଣଙ୍କୁ ସମସ୍ତଙ୍କ ସହ ଏକ ଶାନ୍ତି ବୁଝାମଣା କରିବା ଉଚିତ୍। ଯଦି ଶାନ୍ତି ଚାହୁଁଛନ୍ତି ତେବେ ଶାନ୍ତି ବାର୍ତ୍ତା କରିବାକୁ ପଡିବ ।