ଆତ୍ମଘାତୀ ବିସ୍ପୋରଣରେ ୮ ମୃତ ,୨୩ ଗୁରୁତର

ଇସଲାମବାଦ୍ , ଉତ୍ତରପଶ୍ଚିମ ପାକିସ୍ତାନରେ ରବିବାର ଡେରାଇସମାଇଲ ଖାନ ନାମକ ନିକଟରେ ଥିବା ହସ୍ପିଟାଲ ବାହାରେ ଜଣେ ଅଜଣା ମହିଳା ଆତ୍ମଘାତୀ ବିସ୍ପୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଗୁରୁତର ଆହାତ ହୋଇଛନ୍ତି । ଆଫଗାନସୀମାରେ ଥିବା ତାଲିବାନ ଠାରୁ ଏହି ସଂଗଠନ ଅଲଗା । ଆତ୍ମଘାତୀ ବିସ୍ପୋରଣ ପାଇଁ ପାକିସ୍ତାନର ଆତଙ୍କୀ ସଂଗଠନ ତେହରିକ୍ –ଇ-ତାଲିବାନ ସଂଗଠନ ନିଜକୁ ଦାୟୀ କରିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଜଣେ ଏମରେଜେନସି ବ୍ୟକ୍ତିଙ୍କୁ ମେଡିକାଲକୁ ନେବା ସମୟରେ ମୁହଁରେ ବୁର୍ଖା ପିନ୍ଧିଥିବା ଜଣେ ମହିଳା ଏହି ବିସ୍ପୋରଣ ଘଟାଇଛନ୍ତି । ବିସ୍ପୋରଣରେ ବିସ୍ପୋରଣରେ ହସପିଟାଲରେ ଏମରଜେନସି ୱାର୍ଡ ସଂମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସମସ୍ତ ଆହାତ ମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତିକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ