ଆତ୍ମନିର୍ଭର ଭାରତ ଇନୋଭେସନ ଚାଲେଞ୍ଜ ଉଦ୍ଘାଟିତ
ନୂଆଦିଲ୍ଲୀ : ଦେଶର ଜନସାଧାରଣଙ୍କ ଦ୍ଵାରା ବ୍ୟବହୃତ ଶ୍ରେଷ୍ଠ ଭାରତୀୟ ଆପଗୁଡିକୁ ଚିହ୍ନଟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଇନୋଭେସନ ଚାଲେଞ୍ଜର ଉଦ୍ଘାଟନ କରିଛନ୍ତି । “ଆଜିକାଲି ବୈଷୟିକ ଷ୍ଟାର୍ଟ ଅପ ଗୋଷ୍ଠୀଙ୍କ ମଧ୍ୟରେ ଭାରତୀୟ ଆପଗୁଡିକୁ ବିଶ୍ଵସ୍ତରୀୟ କରିବା ପାଇଁ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ରହିଛି । ସେମାନଙ୍କ ଚିନ୍ତାଧାରା ଓ ଉତ୍ପାଦକୁ ପ୍ରୋତ୍ସାହନ ଦେବା ପାଇଁ @GoI_MeitY ଏବଂ @AIMtoInnovate ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଆହ୍ଵାନ ଆପଣମାନଙ୍କ ପାଇଁ ଏବଂ ଏଥିରେ ଉତ୍କର୍ଷ ପ୍ରତିପାଦନ କରିବା ଲାଗି ଆପଣମାନଙ୍କ ନିକଟରେ ଦୂରଦୃଷ୍ଟି ମଧ୍ୟ ରହିଛି । ମୁଁ ବୈଷୟିକ ଗୋଷ୍ଠୀର ସମସ୍ତ ବନ୍ଧୁମାନଙ୍କୁ ଏଥିରେ ଯୋଗଦେବା ପାଇଁ ଅନୁରୋଧ କରୁଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।