ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ଠାରେ ଥିବା ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୦ଦିନ ଧରି ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଶ୍ରୀରାମ ଉଚ୍ଚ ମାଧ୍ୟମକି ବିଦ୍ୟାଳୟର ଅଧ୍ୟକ୍ଷ ନବକୃଷ୍ଣ ସାହୁକାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଶୀନଗର ବିଡିଓ ଲକ୍ଷ୍ମୀ ପ୍ରସାଦ ସାହୁ ଯୋଗଦେଇ ଛାତ୍ରୀମାନେ କିପରି ବାଧାବିଘ୍ନକୁ ସାହାସିକତାର ସହ ସାମନା କରିବା ସହ ନିଜକୁ ସୁରକ୍ଷିତ ରଖିବେ ସେନେଇ ଆତ୍ମରକ୍ଷା କୌଶଳ ତାଲିମ ନେବା ଜରୁରୀ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ଅଧ୍ୟାପିକା ସସ୍ମିତା ଦାସ, ବେଣୁ ଗୋପାଳ ରାଓ, ଶ୍ରୀହରି ପଟ୍ଟନାୟକ, ରବୀନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଆତ୍ମରକ୍ଷା ତାଲିମର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଶିକ୍ଷିକା ଲଳିତା ପଡିଆରି, ଦିପ୍ତିମୟୀ ସାହୁ ବିଭିନ୍ନ ପ୍ରକାର ଆତ୍ମରକ୍ଷା କୌଶଳ ଶିକ୍ଷା ଛାତ୍ରୀମାନଙ୍କୁ ଦେଇଥିଲେ । ଉଦ୍‌ଯାପନୀ ସଭା କାର୍ଯ୍ୟକ୍ରମକୁ ସଂଯୁକ୍ତା କୁମାରୀ ପାଢୀ ପରିଚାଳନା କରିଥିବା ବେଳେ ରବୀନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ପ୍ରଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ