ଆତ୍ମରକ୍ଷା ପ୍ରଶୀକ୍ଷଣ ଶିବିରର ଉଦଘାଟନୀ ଉତ୍ସବ ଅନିଷ୍ଠିତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଗଞ୍ଜାମ ଜିଲ୍ଲାର ଭଞ୍ଜନଗରସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ +୩ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ଆଜି ତା – ୦୧.୦୩.୨୦୨୫ରେ ଆତ୍ମରକ୍ଷା ପ୍ରଶୀକ୍ଷଣ ଶିବିରର ଉଦଘାଟନୀ ଉତ୍ସବ ଅନିଷ୍ଠିତ ହୋଇଯାଇଛି |ଏହି ସଭାରେ ଅଧକ୍ଷ ଡ଼କ୍ଟର. ସୁଶାନ୍ତ କୁମାର ମଲ୍ଲିକ ସଭାପତିତ୍ୱ ଦାୟିତ୍ୱ ତୁଲାଇବା ସହ ଛାତ୍ରୀମାନଙ୍କୁ ଆତ୍ମ ରକ୍ଷା ପ୍ରଶିକ୍ଷଣ ନେଇ ନିଜ ସୁରକ୍ଷା ନିଜେ ନେବା ପାଇଁ ପରାମର୍ଶ ଦେଇଥିଲେ |ଭଞ୍ଜନଗର ଏସ ଆଇ ସସ୍ମିତା ମୃଗୁ ମୁଖ୍ୟ ଅତିଥି ରୂପେ ଛାତ୍ରୀମାନକୁ ଆତ୍ମ ରକ୍ଷା ର କୌଶଳ ବିଷୟରେ ସୂଚନା ଦେଇଥିଲେ |ଏହି ସଭାରେ ଲୋପାମୁଦ୍ରା ପଣ୍ଡା ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନକୁ ଆତ୍ମ ରକ୍ଷା ଉପରେ କହି ପ୍ରେରଣା ଦେଇଥିଲେ | ମହାବିଦ୍ୟାଳୟର ଇଂଲିଶ ବିଭାଗ ଅଧ୍ୟାପିକା ଏହି ଆତ୍ମ ରକ୍ଷା କ୍ଳବ ର ସଂଯୋଜିକା ଭାବେ ଛାତ୍ରୀ ମାନଙ୍କୁ ନୈତିକତା ଓ ଆତ୍ମ ରକ୍ଷା ଉପରେ ସମ୍ବୋଧନ କରି ଆଗକୁ ବଢିବା ପାଇଁ ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ | ମାଷ୍ଟର ଟ୍ରେଇନର ଭାରତୀ ଗୌଡ଼ ଛାତ୍ରୀ ମାନଙ୍କୁ ଆତ୍ମ ରକ୍ଷା ଉପରେ ୮ ଦିନ ଧରି ପ୍ରଶିକ୍ଷଣ ଦେବାର କାର୍ଯ୍ୟ କର୍ମ ରହିଛି | ଏଥିରେ ମହା ବିଦ୍ୟାଳୟର ସମସ୍ତ ଆଧ୍ୟପକ, ଅଧ୍ୟାପିକା, ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ
ସଭା ଶେଷରେ ସଂଯୋଜିକା ସନ୍ଧ୍ୟାରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ