ଆତ୍ମହତ୍ୟା କରିଥିବା ମେଧାବୀ ଛାତ୍ରର ପରିବାର କୁ ସକ୍ଷମ ଓ ମଦତ ଗ୍ରୁପର ସହାୟତା

ଗଞ୍ଜାମ, (ଓ୍ବାଇଏନ୍ଏସ୍):ଆର୍ଥିକ ଅନାଟନ ଯୋଗୁଁ ଚିକିତ୍ସା କରିନପାରି ଆତ୍ମହତ୍ୟା କରିଥିବା ମେଧାବୀ ଛାତ୍ରଙ୍କ ପରିବାରକୁ ସହାୟତା ବଢ଼ାଇଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକ୍ଷମ ଓ ମଦତ ଗଞ୍ଜାମ ବ୍ଳକ ଅନ୍ତର୍ଗତ ଯୁଡିଏସ ପୁର ପାଞ୍ଚୟତ ର ନନ୍ଦନାପଲ୍ଲୀ ଗ୍ରାମର ଡି. ସନ୍ନ୍ୟାସି ରେଡିଙ୍କ ପୁଅ ଡି.ମୋହନ ରେଡି ଜଣେ ମେଧାବୀ ଛାତ୍ର । ସେ ଜନ୍ମରୁ ଅପସ୍ମାର ରୋଗରେ ପୀଡିତ ଅଟନ୍ତି ।ତାଙ୍କ ବାପାଙ୍କ ଅକାଳ ମୃତ୍ୟୁ ଘଟିଥିବା ବେଳେ ବଡ ଭାଇ ଗତ ଅପ୍ରେଲ ମାସରେ ଆତ୍ମହତ୍ୟା କରିଥିଲେ । କରୋନା ପରି ମହାମାରୀ ସମୟରେ ଆର୍ଥିକ ଅନାଟନ ଭିତରେ ଗତିକରୁଥିଲେ ତାଙ୍କ ପରିବାର । ମୋହନଙ୍କ ପାଇଁ ଔଷଧ କିଣି ଖାଇବା କଷ୍ଟକର ବ୍ୟାପାର ହୋଇପଡିଥିଲା । ଯାହାଫଳରେ ସେ ରହୁଥିଲେ ମାନସିକ ଅସ୍ଥିରତା ଭିତରେ ।ଶେଷରେ ମାନସିକ ଭାରସାମ୍ୟ ହରାଇ ଆଜି ଗଞ୍ଜାମ- ହୁମ୍ମା ମଧ୍ୟରେ ରେଳଲାଇନରେ ଟ୍ରେନରେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଥିବା ଦେଖାଯାଇଛି ।ଅନ୍ୟପଟେ ଜଣେ ବିଧବା ମାଆ କିପରି ବଞ୍ଚିବ ଓ କଣ ଖାଇବା ସେନେଇ ଉଠିଛି ପ୍ରଶ୍ନ । ଗତ ତିନିମାସ ମଧ୍ୟରେ ଦୁଇ ଭାଇ ଆତ୍ମହତ୍ୟା କରିବା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଧବା ମାଆ ର ବଞ୍ଚିବା ପାଇଁ ପ୍ରଶାସନ ପଦେକ୍ଷପ ନେଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଏହି ଖବର ପ୍ରସାରଣ ହେବା ପରେ ଗଂଜାମ ସହରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସକ୍ଷମର ସଭାପତି ବସନ୍ତ କୁମାର ସାହୁ ଉପଦେଷ୍ଟା G.ସନ୍ତୋଷ ରେଡି ଓ ମଦତ ଗ୍ରୁପର ସମରେଶ ପ୍ରଧାନଙ୍କ ତରଫରୁ ସ୍ଥାନୀୟ ସମିତିସଭ୍ୟ ଓ ରାଜପୁର ସରପଞ୍ଚ ସନ୍ତୋଷ ସେଠି ରେ ଚାଉଳ, ଡାଲି, ଅଟା, ଚୁଡା, ଚିନି ଓ ଗ୍ରୋସେରୀ ସାମଗ୍ରୀ ଓ ଆର୍ଥିକ ସହାୟତା ଯୋଗାଇଥବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ