ଆତ୍ମହତ୍ୟା କଲେ ନାବାଳିକା
କଳାହାଣ୍ଡି ,(ଓ୍ବାଇଏନ୍ଏସ୍): ଆତ୍ମହତ୍ୟା କଣ ସବୁ ଦୁଃଖକୁ ଦୂର କରିଦେଇ ପାରେ ଆତ୍ମହତ୍ୟା କଳା ପାରେ କଣ ମଣିଷକୁ ପ୍ରକୃତରେ ମୁକ୍ତି ମିଳିଯାଏ ତା ନିଜ ଦୁଃଖରୁ,ଏହାର ସତ୍ୟତା ଆଜିଯାଏ ପ୍ରମାଣ ହୋଇପାରିନାହିଁ | ଏ ଅଜବ ଦୁନିଆରେ ଲୋକମାନଙ୍କର ବିଚାର ଧାରା ଦିନକୁ ଦିନ ବଦଳିବାରେ ଲାଗିଛି , ଛୋଟ ଛୋଟ କାରଣ ପାଇଁ ଲୋକମାନେ ଆତ୍ମହତ୍ୟା ର ବାଟ କୁ ଆପଣେଇ ନେଉଛନ୍ତି | ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଚାଚିଗୁଡା ଗ୍ରାମରେ ଗତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ନା ବାଳିକା ଆକାଶ ନାଗ କିରାସିନି ଢାଳି ହୋଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି | ଦେହରେ କିରାସିନି ଢାଳି ନାବାଳିକା ଆତ୍ମହତ୍ୟା ଅଭିଯୋଗ , ତରବରିଆ ଭାବେ ଶବ ସତ୍କାର କରିଦେଲେ ପରିବାର ଲୋକେ ଏହାକୁ ନେଇ ଉପୁଜିଛି ସନ୍ଦେହ ତେବେ କାରଣ ଅସ୍ପଷ୍ଟ ରହିଥିବା ସୂଚନା ମିଳିଛି | ଖବର ମିଳିବା ପରେ ନିକଟସ୍ଥ ଥାନା ଅଧିକାରୀ ଏହାର ତଦନ୍ତ ଚଳାଇଛନ୍ତି |