ଆତ୍ମହତ୍ୟା କଲେ ନାବାଳିକା
ମୋହନା ,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଳାସପଦର ପଞ୍ଚାୟତ ବାଉଁଶପୁଇଗାଁ ରେ ଜଣେ ନାବାଳିକା ପାରିବାରିକ କଳିକୁ ନେଇ ଆଜି ଆତ୍ମହତ୍ୟା କରିଛନ୍ତି | ଘଟଣା ରୁ ପ୍ରକାଶ ନାବାଳିକା ଜଣେ କୌଣସି କଥା କୁ ନେଇ ପରିବାର ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା | ଏହା ପରେ ସେ କୋଣସି ଏକ କାରଣକୁ ନେଇ ବିଷ ପାନ କରିଥିଲେ | ତାଙ୍କୁ ସଙ୍ଗେ ସଙ୍ଗେ ମୋହନା ନିକଟସ୍ଥ ହସ୍ପିଟାଲ କୁ ନିଆ ଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଘଟଣା ସ୍ଥଳରେ ପହଞ୍ଚି ମୋହନା ଥାନା ଏସଆଇ ସୁନୀଲ କୁମାର ଶବ ଜବତ କରି ଘଟଣାର ତଦନ୍ତ କରିଥିଲେ | ଶବ କୁ ବ୍ୟବଛେଦ ପାଇଁ ବ୍ରହ୍ମପୁର ମେଡିକାଲ ପଠାଇଛନ୍ତି | ଏ ନେଇ ମୋହନା ଥାନାରେ ଏକ ମାମଲା ରୁଜୁ ହୋଇଛି |