ଆତ୍ମାହୁତି ଦେବେ ଠାକୁରମୁଣ୍ଡା ବ୍ଲକ ତଳପଦା ହାଇସ୍କୁଲ ରାତ୍ରିଜଗୁଆଳି ଧର୍ମେନ୍ଦ୍ର

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକୁ ମାନିଲେନି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ତଳପଦା ହାଇସ୍କୁଲ ପ୍ରଧାନ ଶିକ୍ଷକ, ଆସନ୍ତାକାଲି ନିଜ ଘରେ ଆତ୍ମାହୁତି ଦେବେ ଧର୍ମେନ୍ଦ୍ର । ଘଟଣା ରୁ ପ୍ରକାଶ ଯେ, ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ତାଳପଦା ହାଇସ୍କୁଲର ରାତ୍ର ଜଗୁଆଳି ତଥା ଝାଡୁଦାରଙ୍କୁ ଗତ ୨୦୧୬ ଜାନୁଆରୀ ୧ତାରିଖରୁ ଚକ୍ରାନ୍ତ କରି ନିଲମ୍ବନ କରାଯାଇଛି l ୬ ବର୍ଷ ଧରି ଏ ଅଫିସ ରୁ ସେ ଅଫିସ ଧାଇଁ ଧାଇଁ କିଛି ସୁଫଳ ନ ମିଳି ନିଲମ୍ବିତ ହୋଇ ରହିବା ପରେ ଗତ ଅକ୍ଟୋବର ୨୨ ତାରିଖରେ ସମସ୍ତ ଉଚ୍ଚ ଅଧିକାରୀଙ୍କୁ ଏଭଳି ଅନ୍ୟାୟର ପ୍ରତିବାଦରେ ନଭେମ୍ବର ୧୪ ଶିଶୁ ଦିବସ ସୁଦ୍ଧା ତାଙ୍କ ନିଲମ୍ବନ ପ୍ରତ୍ୟାହାର ସହିତ ସମସ୍ୟା ସମାଧାନ ନହେଲେ ଏହାର ପ୍ରତିବାଦରେ ଆତ୍ମାହୁତି ଦେବାକୁ ଶେଷ ନିଷ୍ପତ୍ତି ନେଇଥିଲେ l ତେବେ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ୧୨ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଧାନଶିକ୍ଷକ ଙ୍କୁ ଚିଠି କରିବା ସହ ୧୩ ତାରିଖରେ ତାଙ୍କୁ ଯୋଗଦାନ କରାଇ ଡିଇଓ କାର୍ଯ୍ୟାଳୟକୁ ନିଶ୍ଚିତ ସେହି ଦିନ ସ୍ୱତନ୍ତ୍ର ବାର୍ତ୍ତାବାହ ଯୋଗେ ଜଣାଇବା ପାଇଁ ଉଲ୍ଲେଖ କରିଥିଲେ l ମାତ୍ର ଡିଇଓଙ୍କ ଚିଠିକୁ ତଳ କର୍ମଚାରୀ ମାନନ୍ତି ନାହିଁ ତାହା ଏହି ଘଟଣାରୁ ବେଶ ସ୍ପଷ୍ଟ ହୋଇଛି l ବରଂ ଧର୍ମେନ୍ଦ୍ରଙ୍କୁ ଆତ୍ମାହୁତି ଦେବାକୁ ପ୍ରଧାନ ଶିକ୍ଷକ, କମିଟି ସଦସ୍ୟ ଏବଂ ଉପରିସ୍ଥ ଅଧିକାରୀ ପ୍ରୋତ୍ସାହିତ କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ l ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ପରିଚାଳନା କମିଟି ଯୋଗଦାନ ପାଇଁ ନିର୍ଦ୍ଦେଶ ଦେଇନି ବୋଲି କହିଛନ୍ତି l ସେ ପୂର୍ବ ପ୍ରଧାନ ଶିକ୍ଷକଙ୍କ ଠାରୁ କୌଣସି ଚାର୍ଜ ନେଇନଥିବାରୁ ତାଙ୍କୁ ଅଧିକ ସମୟ ଦେବାକୁ କହିଛନ୍ତି l କିନ୍ତୁ ଧର୍ମେନ୍ଦ୍ର ଆଉ ଅଧିକ ସମୟ ନ ନେଇ ନିର୍ଦ୍ଧାରିତ ଆସନ୍ତା କାଲି ନଭେମ୍ବର ୧୪ ତାରିଖ ରବିବାର ଶିଶୁ ଦିବସ ଦିନ ହିଁ ଆତ୍ମାହୁତି ଦେବେ ବୋଲି ଜିଦ୍ ରେ ଅଟଳ ରହିଛନ୍ତି ରାତ୍ରିଜଗୁଆଳି ଧର୍ମେନ୍ଦ୍ର । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଆଜି sanibarbମଧ୍ୟ ରାତ୍ର ସୁଦ୍ଧା ଧର୍ମେନ୍ଦ୍ର ଙ୍କର ସମସ୍ୟା ସମାଧାନ କରୁଛନ୍ତି ନା ଆତ୍ମାହୁତି ଦେବା ପାଇଁ ଧର୍ମେନ୍ଦ୍ର ଙ୍କୁ ବାଧ୍ୟ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ