ଆତ୍ମ ସମ୍ମାନର ସହ ଜୀବନ ବିତାଇବା ମହିଳାମାନଙ୍କ ସାମ୍ବିଧାନିକ ଅଧିକାର

ଭୁବନେଶ୍ୱର : ଭାରତର ସମ୍ବିଧାନ ସମସ୍ତ ନାଗରିକଙ୍କୁ ଆତ୍ମ ସମ୍ମାନର ସହିତ ଜୀବନ ବିତାଇବା ନିମନ୍ତେ ଅଧିକାର ଦେଇଛି । ଏହି ପରିପ୍ରେକ୍ଷୀରେ ମହିଳାମାନେ ମଧ୍ୟ ଆତ୍ମ ସମ୍ମାନର ସହ ସମାଜରେ ଚଳିବା ନିମନ୍ତେ ସୁଯୋଗ ଦିଆଯାଇଛି । କାହା ଦୟାରେ ନୁହେଁ, ନିଜେ ସ୍ୱାଧୀନତାର ସହ ମହିଳା ତାର ସମସ୍ତ କାର୍ଯ୍ୟ କରିବା ଉଚିତ୍ ବୋଲି ମତ ପ୍ରକାଶ ପାଇଛି । ବିଶ୍ୱ ମହିଳା ଦିବସ ସପ୍ତାହ ପାଳନ ଅବସରରେ ସପୋର୍ଟ ତରଫରୁ ସ୍ଥାନୀୟ ରେଡ୍କ୍ରସ ଭବନଠାରେ ଆୟୋଜିତ ଆଲୋଚନା ଚକ୍ରରେ ଯୋଗଦେଇ ଅତିଥିମାନେ ମହିଳାମାନଙ୍କୁ, କାହା ଦୟାରେ ନୁହେଁ, ନିଜେ ସ୍ୱାଧୀନତାର ସହ ତାର ସମସ୍ତ କାର୍ଯ୍ୟ କରିବା ଉଚିତ୍ ବୋଲି ମତ ପ୍ରକାଶ କରିଥିଲେ । ସପୋର୍ଟର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ପ୍ରକାଶ ରଥ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଅବସରପ୍ରାପ୍ତ ପ୍ରଫେସର ପ୍ରତାପ ରଥ, ସମାଜସେବୀ ନିହାରିକା ରଥ, ଅବସରପ୍ରାପ୍ତ ପ୍ରଫେସର ତରୁଲତା ଦ୍ୱିବେଦୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଜାଦ୍ ହିନ୍ଦ ପାଣିଗ୍ରାହୀ, ସମାଜସେବୀ ମଧୁସୂଦନ ଦାସ, ପୂର୍ବତନ କର୍ପୋରେଟର ନବକିଶୋର ବେହେରା, ସପୋର୍ଟର ଉପସଭାପତି ସଞ୍ଜିବ ସାହୁ, ସମାଜସେବୀ ଅର୍ଜୁନ ସାହୁ ପ୍ରମୁଖ ଯୋଗ ଦେଇ ଏହା କହିଥିଲେ । ଏହି ଅବସରରେ ଆଇଆଇଟିର ଅବସରପ୍ରାପ୍ତ ପ୍ରଫେସର ଶ୍ରୀ ରମେଶ ଚନ୍ଦ୍ର କର ଓ ଜାତୀୟ ଯୁବ ପ୍ରକଳ୍ପର ଶ୍ରୀମାନ ଅଂଶୁମାନ ପ୍ରମୁଖଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସପୋର୍ଟର ସମ୍ପାଦିକା ଅନୁପମା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ