ଆତ୍ମ ସୁରକ୍ଷା ତାଲିମ ଶିବିର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜଲ୍ଲାସ୍ଥିତ ଛତ୍ରପୁର ମହିଳା ଉଚ୍ଚ ବିଦ୍ୟାଳୟ ପରିସରରେ ୧୨ ଦିନିଆ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମର ଉଦ୍‌ଜାପନୀ ଉତ୍ସବ ଗୁରୁବାରଠାରୁ ଆରମ୍ଭ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତି ସୁସ୍ମିତା ସାମନ୍ତରାୟ ସଭାକାର୍ଯ୍ୟ ପରିଚାଳନା କରି ସ୍ୱାଗତ ଭାଷଣ ଦେବା ସହିତ ଅତିଥୀଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ବ୍ରିଜେସ କୁମାର ରଏ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ବିଷୟରେ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ଯେକୌଣସି ସମସ୍ୟା ସୃଷ୍ଟି ହେଲେ ପୋଲିସର ସହାୟତା ଦେବାପାଇଁ ଉପଦେଶ ଦେବା ସହ ଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ଡ. ମିନତୀ ମହାପାତ୍ର ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଗ୍ରନ୍ଥାଗାରିକ ଶ୍ରୀ . କେ ଧର୍ମାରାଓ ଉକ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଅନୁଷ୍ଠାନର ସମସ୍ତ କର୍ମଚାରୀ , ଅଧ୍ୟାପିକା , ଅଧ୍ୟାପକ କାର୍ଯ୍ୟକ୍ରମ ପରିଚାଳନାରକେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ