ଆତ୍ମ ସୁରକ୍ଷା ତାଲିମ ଶିବିର ଉଯାପିତ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-କଙ୍କୋରଡା ସ୍ଥିତ ବିଜ୍ଞାନ ମହା ବିଦ୍ୟାଳୟରେ ୮ ଦିନ ବ୍ୟାପି ଚାଲିଥିବା +୨ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମି କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି I ଉକ୍ତ ଉଦ୍ୟଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଶ୍ରୀ ସବ୍ୟସାଚି ମଲ୍ଲ ପାଟପୁର ଥାନା ଅଧିକାରୀ ,ମୁଖ୍ୟ ବକ୍ତା ଭାବରେ ଡ଼. କୈଳାଶ ଚନ୍ଦ୍ର ସ୍ୱାଇଁ (ରସାୟନ ବିଭାଗୀୟ ମୁଖ୍ୟ, ବିଶ୍ୱେସ ରାୟ ବିଜ୍ଞାନ ମହା ବିଦ୍ୟାଳୟ, ପାଟପୁର) ଯୋଗ ଦେଇଥିଲେ I ଏଥିରେ ମହାବିଦ୍ୟାଳୟର ଅଧକ୍ଷ ଡ଼. ପ୍ରଫୁଲ କୁମାର ରାଉତ ପୌରାହିତ୍ୟ କରିଥିଲେ I ଉକ୍ତ ସଭାରେ ଡ଼. ସସ୍ମିତା କୁମାରୀ ସାହୁଙ୍କ ପ୍ରତ୍ୟକ୍ଷ ତତୋବଧାନରେ ମାଷ୍ଟ୍ର ତାଲିମ ଦାତ୍ରୀ ଭାବରେ ଶୁଚିସ୍ମିତ ପ୍ରଧାନ ଏବଂ ସାଗରିକା ମହାଙ୍କୁଡ ଯୋଗଦେବା ସହ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସହଯୋଗ କରିଥିଲେ I ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକର୍ମ ପରିବେଷିତ ହେବା ସହିତ ଶେଷରେ ଅତିଥିମାନଙ୍କ ଦ୍ଵାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା I ଇତିହାସ ବିଭାଗର ଅଧ୍ୟାପକ ଶ୍ରୀ ମନୋରଞ୍ଜନ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ