ଆଦର୍ଶ ଅଙ୍ଗନବାଡି କର୍ମୀଙ୍କ ପରଲୋକ 

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ଗ୍ରାମ ପଞ୍ଚାୟତର ଜଙ୍ଗଲପାଡୁ ଗ୍ରାମର ଅଙ୍ଗନବାଡି କର୍ମୀ ରଞ୍ଜିତା ପାତ୍ରଙ୍କ ପରଲୋକ ଘଟିଥିବାର ଜଣାପଡିଛି । ସେ ହଠାତ୍ ଗୁରୁତର ଅସୁସ୍ଥ ହେବାରୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ବେଳେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କ ସ୍ୱାମୀ ଶିକ୍ଷକ ପିତବାସ ସାମଲ ଏବଂ ତାଙ୍କର ଝିଅ ଉପସ୍ଥିତଥିଲେ । ରଞ୍ଜିତା ପାତ୍ର ୧୯୯୩ ମାର୍ଚ୍ଚମାସ ୧ ତାରିଖରେ ଜଙ୍ଗଲପାଡୁ ଅଙ୍ଗନବାଡି କେନ୍ଦ୍ର ଠାରେ ନିଜ କାର୍ଯ୍ୟ ଆରମ୍ଭ କରିଥିଲେ । ରଞ୍ଜିତା ପାତ୍ର ଉଚ୍ଚ ଶିକ୍ଷିତାଥିଲେ ମଧ୍ୟ ଅଙ୍ଗନବାଡିରେ ଦାୟିତ୍ୱ ନେଇ କୁନି କୁନି ଶିଶୁ ଓ ମାଆ ମାନଙ୍କୁ ବିଭିନ୍ନ ଭାବେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା,ସଚେତନତା ଓ ବିଭିନ୍ନ ସେବା ଦ୍ୱାରା ପ୍ରତ୍ୟେକଙ୍କ ଠାରେ ଆଦର୍ଶ ପାଲଟି ଥିଲେ । ତେଣୁ ସମଗ୍ର ଅଞ୍ଚଳରେ ସେ ସମସ୍ତଙ୍କର ସ୍ନେହ ଓ ଆଦର ପାତ୍ରୀ ହୋଇଥିଲେ । ଏଥି ଯୋଗୁଁ ତାଙ୍କୁ ଅଞ୍ଚଳର ଛୋଟରୁ ବଡ ଯାଁଏ ସମସ୍ତେ ତାଙ୍କୁ ସମ୍ମାନ ଦେଉଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ଜଙ୍ଗଲପାଡୁ ଏବଂ ଗୋଷାଣୀ ବ୍ଲକରେ ଶୋକର ଛାୟା ଖେଳିଯାଇଛି । ଗୋଷାଣୀ ସି.ଡି.ପି.ଓ. ଗୌରୀ ନାୟକ, ସୁପର ଭାଇଜର ଡି.ନାଗରତ୍ନମ ଏବଂ ସମସ୍ତ ଅଙ୍ଗନବାଡି କର୍ମୀ , ଜିଲ୍ଲାପରିଷଦ ସଭ୍ୟା ବିମଳା ସାମଲ,ୱାର୍ଡ ସଭ୍ୟା ସନ୍ତୋଷୀ ନାୟକ, ସସ୍ମିତା ପାତ୍ର ପ୍ରମୁଖ ତାଙ୍କର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ