ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆମ ସଂସ୍କୃତି ଆମ ଖେଳନାର ବାର୍ଷିକ ଉତ୍ସବ ପାଳି

ମାଲକାନଗିରି, (ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ମାରି୍ୱାଡା ଗ୍ରାମ ପଞ୍ଚାୟତ ଏମଭି-୨୬ ସରକାରୀ ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଟୁଟୁ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆମ ସଂସ୍କୁତି ଆମ ଖେଳନାର ବାର୍ଷିକ ଉତ୍ସବ ୨୦୨୫ ପାଳନ ହୋଇଯାଇଛି। ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରାମ ପଞ୍ଚାୟତ ନାୟବ ସରପଞ୍ଚ ଶଙ୍କରୀ ମଣ୍ଡଳ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ମହାନନ୍ଦ ବୈରାଗି, ସମ୍ମାନୀୟ ଅତିଥି ଭାବେ ସିଆରସିସି ଉତ୍ତମ ସମଦ୍ଦାର, ବାସନ୍ତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଜଳ ବିଶ୍ୱାସ,ବିଦ୍ୟାଳୟ ଏସ ଏମ ସି ଉପାଧ୍ୟକ୍ଷା ସରସ୍ବତୀ ମଣ୍ଡଲ,ୱାର୍ଡ ମେମ୍ବର ରୁନୁ ଚୌକିଦାର ପ୍ରମୁଖ ମଞ୍ଚାସିନ ରହିଥିଲେ।ପ୍ରଧାନ ଶିକ୍ଷକ ଟୁଟୁ ଚୌଧୁରୀ କାର୍ଯ୍ୟକ୍ରମକୁ ପରିଚାଲନା କରିଥିବା ବେଳେ ଶିକ୍ଷକ ରାଜେଶ ପଟ୍ଟନାୟକ ବାର୍ଷିକ ଉତ୍ସବ ଜ୍ଞାପନ ପ୍ରଦାନ କରିଥିଲେ।ମଞ୍ଚାସିନ ଆତିଥିମାନେ କନିଷ୍ଠ ଓ ବରିଷ୍ଠ ବିଭାଗରେ କୃତିତ୍ୱ ହାସଲ କରିଥିବା ୯୪ଜଣ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରିବା ସହିତ, ୧୦ଜଣ ପୁରାତନ ଛାତ୍ର ମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବୋଧିତ କରାଯାଇଥିଲା। ଏହି ବାର୍ଷିକ ଉତ୍ସବରେ ରଶ୍ମିରଂଜନ ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ,ଶିକ୍ଷକ କିରଣ କାନ୍ତ ସାହୁଙ୍କ ଦ୍ଵାରା ଶିଖାଯାଇଥିବା ନୃତ୍ୟ, ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଶେଷରେ ଶିକ୍ଷକ ରାଜେଶ ପଟ୍ଟନାୟ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ