ଆଦର୍ଶ କୃଷକଙ୍କ ପରଲୋକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ତରାପୁର ଗ୍ରାମର ଆଦର୍ଶ କୃଷକ ବାନାମ୍ବର ନାୟକଙ୍କ ମଙ୍ଗଳବାର ଅପରାହ୍ନରେ ୮୨ବର୍ଷ ବୟସରେ ତାଙ୍କ ବାସଗୃହରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଚଂଳରେ ଶୋକର ଛାୟା ଖେଳିଯାଇଛି । ଏକ ମହାଜନ ପରିବାରରେ ଜନ୍ମଗ୍ରହଣ କରିଥିବା ବାନାମ୍ବରଙ୍କର କୃଷି ପ୍ରତି ଆଗ୍ରହ ଥିବାରୁ ସେ ଜଣେ ସଫଳ କୃଷକ ଥିଲେ । ଗ୍ରାମ ଶ୍ମସାନରେ ତାଙ୍କ ଅନ୍ତେଷ୍ଟିକ୍ରୀୟା ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ଜ୍ୟେଷ୍ଠପୁତ୍ର ମନୋଜ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ସାନପୁଅ ଜ୍ଞାନରଞ୍ଜନ, ଝିଅ ଅଞ୍ଜନୀ, ପ୍ରେମାଞ୍ଜଳି, ପଦ୍ମାଞ୍ଜଳି, ଜ୍ୱାଇଁ ଶାନ୍ତନୁ, ରାମଚନ୍ଦ୍ର, ସଞ୍ଜୟ ଓ ବିଧୁଭୂଷଣ ମହାପାତ୍ରଙ୍କ ସମେତ ଆତ୍ମୀୟସ୍ୱଜନମାନେ ଉପସ୍ଥିତ ଥିଲେ ।