ଆଦର୍ଶ ପଞ୍ଚାୟତର ଶୌଚାଳୟକୁ ପୁରିଲା ୫ଵର୍ଷ,ବ୍ୟଵହାର ନ ହୋଇ ଖର୍ଚ୍ଚ ଲକ୍ଷ ଲକ୍ଷ
ରାଜନଗର, (ୱା ଏନ ଏସ):କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ପଞ୍ଚାୟତରେ ନିର୍ମାଣ ହୋଇଥିବା ଶୌଚାଳୟକୁ ୫ ବର୍ଷ ପୁରିଥିଲେ ମଧ୍ୟ କାର୍ଯ୍ୟକାରୀ ନହୋଇ ସରପଞ୍ଚଙ୍କ ଦୟାରେ ରିପ୍ୟାରିଂରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଅଚଳ ଅବସ୍ଥାରେ ରହିଛି।ହେଲେ ସେଠାରେ ଏଵେ ଖଟ ପଡିଥିବା ଦେଖି ଅନୀୟମିତ କାର୍ଯ୍ୟ ଚାଲୁଥିବା ଆଶଙ୍କାରେ ଵଜାରରେ ଚର୍ଚ୍ଚା ଯୋର ଧରିଛି।ସ୍ବଛ ଭାରତ ପାଇଁ ବିଭିନ୍ନ ସ୍ଥାନରେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରିବା ସହ ସ୍ବଛତା ବିଷୟରେ ଲୋକଙ୍କୁ ସଚେତନତାମୂଳକ କାର୍ଯ୍ୟକ୍ରମ କରୁଛନ୍ତି।ତଥାପି ଏସଵୁର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନି।ବାହାରେ ଶୌଚ ନ କରିବା ପାଇଁ ଲୋକମାନଙ୍କୁ ଵୁଝାଇଵା ସହ ଲୋକମାନଙ୍କ ବ୍ୟବହାର ପାଇଁ ଜନଗହଳି ସ୍ଥାନ ରାଜନଗର ବ୍ଲକ ସଦର ମହକୁମା ହଂସୁଆ ନଦୀ ପୋଲ ତଳେ ରାଜନଗର ପଞ୍ଚାତ ତରଫରୁ ୫ ଵର୍ଷ ହେଵ ଶୌଚାଳୟ ନିର୍ମାଣ ସରିଛି।ସରପଞ୍ଚଙ୍କ ଆନୁଗତ୍ୟ ଵ୍ୟକ୍ତି ନିମ୍ନମାନର କାର୍ଯ୍ୟ କରି ରଙ୍ଗ ମାରି ଚକା ଚକ କରି ବିଲ୍ ନେଇଗଲେ ଫଳକ ବିନା ଲେଖାରେ ଛାଡିଦେଲେ।ହେଲେ ଦଳିୟ ଭିତ୍ତିରେ ଅଗ୍ରାଧିକାର ଦିଆଯାଇ କାର୍ଯ୍ୟ ସରିଥିଲେ ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଧୃବ ସାହୁ ଫିତା କାଟିଵେ ଵୋଲି ଲୋକଙ୍କ ଝାଡା ବନ୍ଦ କରିଦିଆଗଲା,ଶୌଚାଳୟ ଫାଟି ଆଁ ହେଲା ପୁନରାୟ ବିଭିନ୍ନ ଜିନିଷ ଓ ରିପ୍ୟାରିଂ ନାରେ ଵିଲ୍ ହେଲା ଅଥଚ ଆଜି ପର୍ଯ୍ୟନ୍ତ ଵିଧାୟକଙ୍କୁ ଫିତା କଟାଇ ଦେଲାନି ରାଜନଗର ସରପଞ୍ଚ।ଶୁଣିବାକୁ ମିଳୁଛି ଚଳିତ ଦୁର୍ଗାପୂଜାରେ ସରପଞ୍ଚଙ୍କ ସ୍ବାମୀଙ୍କ ନିର୍ଦ୍ଦେଶରେ ଶୌଚାଳୟ ୩/୪ଦିନ ଖୋଲା ଯାଇ 1500ରୁ ଅଧିକ ଆୟ ହୋଇଥିବା ଵଜାର ଘାଟରେ ଆଲୋଚନା ହେଉଛି।ଏହି ଶୌଚାଳୟ କିଏ ପରିଚାଳନା କରିବ କିମ୍ବା କାହାକୁ ଲିଜ୍ ଦିଆଯିବ ଏବଂ କେବେ ଖୋଲା ଯିବ ସେନେଇ କୌଣସି ଵିଧିବଦ୍ଧ ଭାଵେ ବିଜ୍ଞାପନ ପ୍ରକାଶ ପାଇନାହିଁ।ସେହି ଶୌଚାଳୟଟି ଏଵେ କାହା ଆୟତରେ ତାହା ପଞ୍ଚାୟତର ସର୍ଵେସର୍ବା ସଵୁ ବୁଝୁଥିବା ସରପଞ୍ଚଙ୍କ ସ୍ବାମୀ ମଣ୍ଟୁ ବାଵୁଙ୍କୁ ଜଣାଥିବ। ଗତକାଲି ମୁଖ୍ୟ ରାସ୍ତା ଶୌଚାଳୟ ଗଳି ପ୍ରଵେଶ ଦ୍ବାରରେ ଶୌଚାଳୟ ବ୍ୟାନର ଲଗାଯାଉଥିବା ଦେଖି ଆମ ପ୍ରତିନିଧି ଶୌଚାଳୟ ପରିଦର୍ଶନ କରି ଦେଖିଲେ ଶୌଚାଳୟ ବନ୍ଦ ରହିଛି,ପ୍ରଵେଶ ହଲରେ ଖଟ ପଡିଛି ଛାତ ଉପରେ ଆଣ୍ଟିନା ଲାଗିଛି।ଏପରି ଭିଆଇପି ଠିକା କରିବା ଶୌଚାଳୟରେ ଖଟ ଓ ଟିଭି ଆଣ୍ଟିନା ଲାଗିଥିବାରୁ ରାତିରେ କିଛି ଅନୀୟମିତ କାର୍ଯ୍ୟ ହୋଇଥାଇ ପାରେ ବୋଲି ସନ୍ଦେହ ସୃଷ୍ଟି ହୋଇ ଚର୍ଚ୍ଚା ଯୋର ଧରିଛି।ଦିନକୁ ଦିନ ରାଜନଗରରେ ଜନଗହଳି ବଢିବାରେ ଲାଗିଛି। ବ୍ଲକ,ତହସିଲ,ଥାନା,ମେଡିକାଲ,ହାଟ,ଦୈନିକ ଵଜାର,ସଂସ୍କୃତ କଲେଜ,ଏଵଂ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟକୁ ଲୋକଙ୍କର ଯିବା ଆସିବା ଵୃଦ୍ଧିଛି।ସେଥିପାଇଁ ନିର୍ମାଣ ହୋଇଥିବା ଶୌଚାଳୟ ଖୋଲିବା ଜରୁରୀ ହୋଇପଡିଛି।ଅପର ପକ୍ଷରେ କିଛି ସ୍ଥାନୀୟ ଲୋକଙ୍କ ମତାମତ ନେବାରୁ ସେମାନେ କହିଥିଲେ ଶୌଚାଳୟ ଯେତେଦିନ ଖୋଲା ନହେବ ସେତେ ଦିନ ସରପଞ୍ଚଙ୍କର ଭଲ ! ତାଙ୍କ ଲୋକ ରିପ୍ୟାରିଂ ନାରେ ଠିକା କରି କାମଧେନୁ ଗାଈ ଭଳି ଦୋଇଁ ଖାଇଵେ।ତେଣୁ ଶୌଚାଳୟ କାମରେ ଆସୁନଥିବାରୁ ସରକାରୀ ଅର୍ଥ ଏଠାରେ ଅପବ୍ୟଵହାର ହେଉଛି ବୋଲି ଵୁଦ୍ଧୀଜୀଵୀ ମହଲରେ ଚର୍ଚ୍ଚା ଚାଲିଛି।ଏହାକୁ ଲୋକଙ୍କ ବ୍ୟଵହାରରେ ଲଗାଇଵା ସହ ଶୌଚାଳୟ ଖର୍ଚ୍ଚର ସମ୍ପୂର୍ଣ୍ଣ ଵିବରଣୀକୁ ବିଧାୟକଙ୍କ ଉଦ୍ଘାଟନ ପାଇଁ ଖାଲିପଡିଥିବା ନାମ ଫଳକ ଵୋର୍ଡରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଲିପିବଦ୍ଧ କରିବା ସହ ଶୌଚାଳୟ ସମ୍ପୂର୍ଣ୍ଣ ହୋଇ କାହା ନିର୍ଦ୍ଦେଶରେ କାର୍ଯ୍ୟକାରୀ ହେଉନଥିଲା ତା ଉପରେ ଵିଭାଗିୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାଵୀ ହେଉଛି।


