ଆଦର୍ଶ ପ୍ରଧାନ ଶିକ୍ଷକ ଜଗଜ୍ଜୀବନ ସାହୁଙ୍କ ଏକାଦଶରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିକିରାଇ ପଞ୍ଚାୟତ ଅନ୍ତର୍ଗତ ହରିପୁର ମଧ୍ୟଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗତଜ୍ଜୀବନ ସାହୁଙ୍କର ୫୬ବର୍ଷ ବୟସରେ ଗତ ୯ ତାରିଖରେ ବିୟୋଗ ହୋଇଯାଇଥିଲା । ତାଙ୍କ ଏକାଦଶାହ ଅବସରରେ ନିଜ ଗ୍ରାମ ହରିନବାବି ପଟଣାରେ କେନ୍ଦ୍ରାପଡା-ଯାଜପୁର ପ୍ରତିଭା ପୂଜା ସଂସଦ ଏବଂ ଇନ୍ଦ୍‌ୁପୁର ହାଇସ୍କୁଲ ୧୯୮୩ ବ୍ୟାଚର ସହପାଠୀ ମାନଙ୍କ ସୈାଜନ୍ୟତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ ହୋଇଯାଇଛି । ପ୍ରଫେସର ପ୍ରଭାତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ଶିକ୍ଷାବିତ୍ ପ୍ରଣବ କୁମାର ଜେନା ସଂଯୋଜନା କରିଥିଲେ । ପ୍ରାରମ୍ଭରେ ୨ମିନିଟ୍ ନୀରବ ପ୍ରାର୍ଥନା ପରେ ସଂସଦର ଆବାହକ ମୂରଲୀଧର ବିଶ୍ୱାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅତିଥିରୁପେ ଅବସର ପ୍ରାପ୍ତ ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି, ଶିକ୍ଷାବିତ୍ ଶଶୀକାନ୍ତ ସାହୁ, କେଶବ ଚନ୍ଦ୍ର ବିଶ୍ୱାଳ, ପାରେଶ୍ୱର ପରିଡା, ଅଘୁନାଥ ରାଉତ, ପରମାନନ୍ଦ ଥାଟୋଇ, ଅନାଦି ଚରଣ ଦାସ, ବ୍ରଜକିଶୋର ପତି, ସୁରେନ୍ଦ୍ର କୁମାର ଭୂୟାଁ, ଅରକ୍ଷିତ ସାହୁ, ନିକିରାଇ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ସରୋଜ କାନ୍ତ ପଣ୍ଡା, ବାସନ୍ତି ସାହୁ, ସମାଜ ସେବୀ ଆଲୋକ ରଞ୍ଜନ ସାହୁ, ବାସୁଦେବ ଜେନା, ଶୈଳାଜାଶଙ୍କର ସାମଲ, ନିକେତନ ଜେନା ପ୍ରମୁଖ ଯୋଗଦେଇ ତାଙ୍କ ସ୍ମୃତି ଚାରଣ କରିବା ସହିତ ଜଣେ ଆଦର୍ଶ ଗଣିତ ଓ ବିଜ୍ଞାନ ଶିକ୍ଷକ ରୂପେ ନିଜର ସୂନାମ ଆଣିଥିବା ସ୍ୱର୍ଗତ ସାହୁଙ୍କ ବିୟୋଗ ନିକିରାଇ ତଥା ଆଖପାଖ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୯୮୩ ବ୍ୟାଚର ଛାତ୍ରଛତ୍ରୀ ରାମନାରାୟଣ ସିଂହ, ପରିବେଶ ବିତ୍ ତଥା ସମାଜ ସେବୀ ବେଣୁଧର ନାୟକଙ୍କ ସମେତ ବହୁସଂଖ୍ୟକ ସହପାଠୀ ଓ ପ୍ରତିଭା ସଂସଦର ସଦସ୍ୟ ମାନେ ଉପସ୍ଥିତ ଥିଲେ । ସହପାଠୀ ତଥା ଶିକ୍ଷକ ସରୋଜ କାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ମୃତି ସଭାରେ ଶତାଧିକ ଗ୍ରାମବାସୀଙ୍କ ସମେତ ବନ୍ଧୁ, ପରିବାର, ଆତ୍ମୀୟ ସ୍ୱଜନମାନେ ଉପସ୍ଥିତଥିଲେ । ସ୍ୱର୍ଗତ ସାହୁଙ୍କ ଦୁଇପୁତ୍ର ଦୀପ୍ତିତଞ୍ଜନ ଓ ଜ୍ୟୋତିରଞ୍ଜନ, ବଡଭାଇ ବିଜୟ କୁମାର ସାହୁ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ