ଆଦର୍ଶ ବିଦ୍ୟାଳୟରେ ତୃତୀୟ ବାର୍ଷିକ ଉତ୍ସବ ପାଳିତ

ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ) : ବେଲଗୁଣ୍ଠା ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟରେ ତୃତୀୟ ବାର୍ଷିକ ଉତ୍ସବ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସଦାଶିବ ପ୍ରଧାନ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଆସ୍କା ସାଂସଦ ଶ୍ରୀମତି ପ୍ରମିଳା ବିଷୋୟୀ , ମୁଖ୍ୟବକ୍ତା ଭାବେ ସୋରଡା ବିଧାୟକ ପୁୁର୍ଣ୍ଣର୍ଚନ୍ଦ୍ର ସ୍ୱାଇଁ , ସମ୍ମାନୀତ ଅତିଥୀ ଭାବେ ବେଲକୁଣ୍ଠା ବିଡିଓ ସରୋଜ କୁମାର ବେହରୋ , ବ.ଇଓ ଏସ. ଧନଞ୍ଜୟ , କ୍ଷତ୍ରୀୟବୀରପୁର ଆଞ୍ଚଳିକ ଏବଂ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି , ସୁବାସ ଚନ୍ଦ୍ର ସାମଲ , ପୁର୍ବତନ ଚେୟାରମ୍ୟାନ ପ୍ରଶାନ୍ତ କୁମାର ନାୟକ , ଭଞ୍ଜନଗର ସିଆରସିସି ବାଳକୃଷ୍ଣ ସାବତ , ପ୍ରତାପ ଚନ୍ଦ୍ର ଶତପଥୀ , ଭିଏମଡିସି ସଦସ୍ୟ ସିମାଞ୍ଚଳ ବିଷୋୟୀ , କ୍ଷତ୍ରୀୟବରପୁରର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ବାର୍ଷିକ ବାବରଣୀ ପାଠ କରିଥିବାବେଳେ ବିଦ୍ୟାଳୟ ପାଇଁ ପକ୍କା ରାସ୍ତା , ଖେଳପଡିଆ , ସାଇକେଲ ଷ୍ଟାଣ୍ଡ, ଶିକ୍ଷକଙ୍କ ନିଯୁକ୍ତି ପ୍ରଭୃତି ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ସାଂସଦ ଓ ସ୍ଥାନୀୟ ବିଧାୟକ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ରଶ୍ମିତା ସ୍ୱାଇଁ , ବର୍ଷାରାଣୀ ଦଳାଇ , ପ୍ରାଚୀପ୍ରଭା ନାୟକ , ହିମାଂଶୁ ଭୁଷଣ ନାୟକ , ସୁଦର୍ଶନ ଜୟସିଂ , ଦୁର୍ଗା ପ୍ରସାଦ ମିଶ୍ର , ସନ୍ତୋଷ କୁମାର ସାହୁ , ସୀତାକାନ୍ତ ତ୍ରିପାଠୀ , ପ୍ରଶାନ୍ତ କୁମାର ବାଡତ୍ୟା , ପ୍ରମୁଖ ସହେଯାଗ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର ପୁରସ୍କାର ବିତରଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ