ଆଦର୍ଶ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
ମୋହନା , (ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ଅଡ଼ବାସ୍ଥିତ ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟ ୩ୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମୋହନା ବିଡ଼ିଓ ବଂଶୀଧର ଖୁଶଲା , ମୁଖ୍ୟ ବକ୍ତା ଭାବେ ତସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ , ସମ୍ମାନୀତ ଅତିଥୀଭାବେ ଅଡ଼ବା ଥାନାର ଉତ୍କଳ ପ୍ରଧାନ ଓ ଆଇନଯିବି ବିମଳ ଚନ୍ଦ୍ର ନାୟକ ଯୋଗ ଦେଇ ଦୀପକ ପ୍ରଜ୍ୱଳନ କରି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଇ କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ନିଜ ନିଜର କଳା ପରିବେଷଣ କରିଥିଲେ । ଶେଷରେ ସମସ୍ତ ପ୍ରତିଯୋଗୀମାନେ ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଅବିଭାବକ ମାନେ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ । ଶେଷରେ ପ୍ରଧାନ ଶିକ୍ଷକ କୀଲାରିଯୁଗଲ କିଶୋରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରଥିଲେ ।


