ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଲେ ଅଭିଭାବକ ଓ ଛାତ୍ରଛତ୍ରୀ
ହାଟଡିହି, (ବିକାଶ ବିଶ୍ୱାଳ ) : ସୁନ୍ଦରାପାଳ ଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନ ବିପର୍ଯ୍ୟସ୍ଥ ହୋଇପଡିଥିବାବେଳେ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ଅନେକ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ରୁଟିନ ଅନୁଯାଇ କ୍ଲାସ ହେଉନଥିବାବେଳେ ଅଧ୍ୟକ୍ଷ ଜଣକ ନିୟମିତ ବିଦ୍ୟାଳୟକୁ ଆସୁନଥିବା ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ଅଧ୍ୟକ୍ଷ ଜଣକ ଛାତ୍ରୀ ମାନଙ୍କୁ ପ୍ରେମ ପାଠ ପଢ଼ାଉଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଆଜି କିଛି ଅଭିଭାବକ ବିଦ୍ୟାଳୟକୁ ଯାଇଥିବାବେଳେ ସେଠାରେ ଅଧ୍ୟକ୍ଷଙ୍କୁ ପାଇ ନଥିଲେ । ଏ ସମ୍ପର୍କରେ ସେମାନେ କିଛି ଶିକ୍ଷକଙ୍କୁ ପଚାରିବାରେ ଅଧ୍ୟକ୍ଷ ଆସିନଥିବା ଜାଣିବାପରେ ସେମାନେ ଅସନ୍ତୋଷ ବ୍ୟକ୍ତ କରି ଏ ସମ୍ପର୍କରେ ଉପଜିଲ୍ଲାପାଳ ଓ ବିଡିଓଙ୍କୁ ଜଣାଇଥିଲେ । ଏହାର କିଛି ସମୟ ପରେ ବିଡିଓ ବିଚିତ୍ର କୁମାର କର ତୁରନ୍ତ ଉକ୍ତ ବିଦ୍ୟାଳୟରେ ପହଞ୍ଚି ଶିକ୍ଷକ ଉପସ୍ଥାନ ଖାତା ଦେଖିବା ସହ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ପରେ ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହ ବୁଲି ଦେଖିବା ସହିତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ବିଦ୍ୟାାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ଶିକ୍ଷାଦାନରେ ବାଧା ଉପୁଜିବା, ଲାଟିନ ଗୁଡିକ ଅପରିସ୍କାର ରହିବା, ପାନୀୟ ଜଳର ଅଭାବ ଆଦି ସମ୍ପର୍କରେ ଅଭିଯୋଗ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅକେ ସମୟରେ ଅନୁପସ୍ଥିତ ରହୁଥିବାରୁ ସେ ଠିକ ଭାବେ ଶିକ୍ଷାଦାନ କରୁ ନଥିବା, ଶିକ୍ଷାଦାନ ସମୟରେ ମୁଁ କିପରି ତୁମ ବୟସରେ ଝିଅ ମାନଙ୍କୁ ଲାଇନ ମାରୁଥିଲି ସେ ସମ୍ପର୍କରେ କହୁଛନ୍ତି ବୋଲି କିଛି ଛାତ୍ର୍ରୀ ବିଡିସଙ୍କ ନିକଟରେ ଅଭିଯୋଗ କରିଥିଲେ । ସେ ଅନେକ ସମୟରେ ବିଦ୍ୟାଳୟରେ ଶିକ୍ଷାଦାନ ସମୟରେ ବସି ନଳି ଖାଉଛନ୍ତି ବୋଲି ଅଭିଯୋଗ କରିଥିଲେ । ସେହିପରି ଆଲୋକ କୁମାର ସେଠୀ, ସଞ୍ଜୟଘଡେଇ, ନୃଷିହଂ ଦାଶ, କମଳାକାନ୍ତ ବେହେରା, ଯତିନ୍ଦ୍ର ଦାସ ପ୍ରମୁଖ ଅଭିଭାବକ ମାନେ ମଧ୍ୟ ବିଦ୍ୟାଳୟର ବିଭିନ୍ନ ଅବ୍ୟବସ୍ଥା ଓ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଖୁଲାମଖୁଲା ଅଭିଯୋଗ କରିବା ସହିତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ବିଡିଓଙ୍କୁ ଲିଖିତ ଅଭିଯୋଗ ମାନ କରିଛନ୍ତି । ଏପରିକି କିଛି ଶିକ୍ଷକ ଓ କର୍ମଚାରୀ ମଧ୍ୟ ନିଜ ନାମ ପ୍ରକାଶ ନକରିବା ସର୍ତ୍ତରେ ଅଧ୍ୟକ୍ଷ ଜଣକ ମନଇଛା ଆସୁଛନ୍ତି, ଯାହା ଫଳରେ ବିଦ୍ୟାଳୟର ଅନେକ କାର୍ଯ୍ୟ ବାଧାପ୍ରରପ୍ତ ହେଉଛି ବୋଲି କହିଛନ୍ତି । ଏ ସମ୍ପର୍କରେ ବିଡିଓ ବିଚିତ୍ର କୁମାର କରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆଜି ଓଡିଶା ଆଦର୍ଶ ବିଦ୍ୟାଳୟ ସମ୍ପର୍କରେ ଯାହା ଅଭିଯୋଗ ପାଇଲି ଓ ପରିଦର୍ଶନ ବେଳେ ଯାହା ଛାତ୍ରଛାତ୍ରୀ ମାନେ ଯାହା କହିଲେ ସେ ସମ୍ପର୍କରେ ମୁଁ ଜିଲ୍ଲାପାଳ ଓ ଡିଇଓଙ୍କୁ ରିପୋର୍ଟ କରିବି ବୋଲି କହିଛନ୍ତି । ଏ ସମ୍ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ପଚାରିବାରେ ଛାତ୍ରଛାତ୍ରୀ ମାନେ କଣ କହିଲେ ମୁଁ ତ ଜାଣିନି, ଯଦି ବା କେହି କହିଥାନ୍ତି ସେପରି ଅଭିଯୋଗ ଭିତିହୀନ ବୋଲି କହିଛନ୍ତି ।


